fbpx

ଦୁର୍ଘଟଣାର ଶିକାର ହେଲେ ସରଫରାଜ ଖାନଙ୍କ ସାନ ଭାଇ, ଗମ୍ଭୀର ଆଘାତ ଯୋଗୁଁ ଇରାନୀ କପରୁ ବାଦ୍ ପଡ଼ିବେ ମୁଶୀର ଖାନ୍‌

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ୍ ଶରଫରାଜ ଖାନ୍ । ଶୁକ୍ରବାର ତାଙ୍କ ସାନ ଭାଇ ମୁଶୀର ଖାନ୍ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ମୁଶୀର ଗୁରତର ଆହତ ହୋଇଥିଲେ । ବେକରେ ଅଧିକ ଆଘାତ ଲାଗିଛି । ବର୍ତ୍ତମାନ ସେ ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପରିବାର ଏବଂ ଫ୍ୟାନ୍ସ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାରୁ ପ୍ରକାଶ ଶୁକ୍ରବାର ମୁଶୀର ତାଙ୍କ ପିତାଙ୍କ ସହ ଆଜମଗଡ଼ରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲେ । ସେହି ସମୟରେ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ମୁଶର ଗୁରୁତର ଆହତ ହୋଇଥିଲେ । ତାଙ୍କ ବେକରେ ଫ୍ରାକ୍‌ଚର ଆସିଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ । ଡାକ୍ତରଙ୍କ ଅନୁଯାୟୀ ବର୍ତ୍ତମାନ ସେ କିଛି ସପ୍ତାହ ପାଇଁ ବେଡ୍ ରେଷ୍ଟରେ ରହିବେ । ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ମୁମ୍ବାଇ ଏବଂ ରେଷ୍ଟ ଅଫ୍ ଇଣ୍ଡିଆ ମଧ୍ୟରେ (ଇରାନୀ କପ୍‌) ମୁକାବିଲା ହେବାର ଥିଲା । ମୁଶୀର ମୁମ୍ବାଇ ଟିମ ପାଇଁ ଖେଳନ୍ତି । ଏହା ବ୍ୟତୀତ ଅକ୍ଟୋବର ୧୧ରେ ହେବାକୁ ଥିବା ରଣଜୀ ଟ୍ରଫିର ପ୍ରାରମ୍ଭିକ ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିପାରନ୍ତି ।

Get real time updates directly on you device, subscribe now.