fbpx

୨ ଅକ୍ଟୋବରରୁ ଏହି ୫ଟି ରାଶି ଉପରେ ଲାଗିବ ଗ୍ରହଣ, ୧୫ ଦିନ ଯାଏଁ କରନ୍ତୁନି ଏହି ଭୁଲ

ଓଡ଼ିଶା ଭାସ୍କର: ପିତୃ ପକ୍ଷ ୨ ଅକ୍ଟୋବର ୨୦୨୪ରେ ସର୍ବ ପିତୃ ଅମାବାସ୍ୟା ଦିନ ସମାପ୍ତ ହୋଇଥାଏ ଏବଂ ଏହି ବର୍ଷର ଏହି ଦିନ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ପିତୃ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେବା ଅଶୁଭ ଅଟେ। ଏହି ଦିନ ସୂର୍ଯ୍ୟ ଶନିଙ୍କ ଷଡାଷ୍ଟକ ଯୋଗ ମଧ୍ୟ ହେବାକୁ ଯାଉଛି। ଅର୍ଥାତ ସୂର୍ଯ୍ୟ ପରାଗର ସମୟ ଶନି ଏବଂ ପରସ୍ପର ଉପରେ ସୂର୍ଯ୍ୟ ଅଷ୍ଟମ ଦର୍ଶନ କରିବେ। ଏହା ମଧ୍ୟ ଅଶୁଭ ବୋଲି କୁହାଯାଉଛି। ଏଥିପାଇଁ ଏହି ୫ଟି ରାଶିର ଲୋକେ ସତର୍କ ହୋଇ ଚଳିବା ଆବଶ୍ୟକ। ୨ ଅକ୍ଟୋବରରୁ ୧୫ ଦିନ ଯାଏଁ ଏହି ଭୁଲ କରନ୍ତୁ ନାହିଁ।

ମେଷ: ଏହି ରାଶିର ଲୋକଙ୍କ ଉପରେ ପରାଗର ଅଶୁଭ ଛାଇ ଆଗାମୀ ୧୫ ଦିନ ଯାଏଁ ରହିବ। ଏହି ଲୋକଙ୍କୁ ଧନ ହାନି ଘଟିପାରେ। ତେଣୁ ବୁଦ୍ଧିମାନ ଭାବେ ଟଙ୍କା କାରବାର କରନ୍ତୁ। କୌଣସି ରୋଗ କିମ୍ବା ଦୁର୍ଘଟଣାର ଶିକାର ହୋଇପାରନ୍ତି ଆପଣ। ଏଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ।

ମିଥୁନ: ଏହି ରାଶିର ଲୋକେ ସୂର୍ଯ୍ୟ ପରାଗ ଏବଂ ଶନି-ସୂର୍ଯ୍ୟଙ୍କ ଷଡାଷ୍ଟକ ଯୋଗ ଅସୁବିଧା ସୃଷ୍ଟି କରିବ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କୌଣସି କାରଣରୁ ଝଗଡା ଲାଗିପାରେ। ଏଥିପାଇଁ ଆପଣ କମ କଥା କହିବାକୁ ଚେଷ୍ଟା କରନ୍ତୁ।

କର୍କଟ: କର୍କଟ ରାଶିର ଲୋକଙ୍କର ମଧ୍ୟ ପରାଗ ଦିନରୁ ୧୫ ଦିନ ପର୍ଯ୍ୟନ୍ତ ସତର୍କ ରହିବା ଆବଶ୍ୟକ। ଏହି ସମୟରେ ଆପଣ ଋଣ ନେବା-ଦେବା କାର୍ଯ୍ୟ କରନ୍ତୁ ନାହିଁ। ନଚେତ ଧନହାନି ଘଟିପାରେ।

କନ୍ୟା: ଏହି ରାଶିର ଲୋକେ ମଧ୍ୟ ସୂର୍ଯ୍ୟ ପରାଗର ୧୫ ଦିନ ପର୍ଯ୍ୟନ୍ତ ସତର୍କ ରହିବା ଆବଶ୍ୟକ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ରୋଜଗାର କରୁଥିବା ଲୋକେ ଏଭଳି କିଛି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କୁ କ୍ଷତି ହେବ ଏବଂ ଚିନ୍ତାରେ ପକାଇବ।

ବିଛା: ଏହି ରାଶିର ଲୋକେ ୧୫ ଦିନ ପର୍ଯ୍ୟନ୍ତ ନିଜ କଥା ଉପରେ ଧ୍ୟାନ ରଖନ୍ତୁ। ନକରାତ୍ମକତାଠାରୁ ଦୂରେଇ ରୁହନ୍ତୁ। ଘରେ ଝଗଡା ହୋଇପାରେ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏଥିସହ ନିଶା ଏବଂ ବାହାର ଖାଦ୍ୟ-ପେୟ ଠାରୁ ଦୂରେଇ ରୁହନ୍ତୁ।

Get real time updates directly on you device, subscribe now.