fbpx

IIFA 2024: ରଣବୀର କପୁରଙ୍କ ମୁଭି ଜିତିଲା ବେଷ୍ଟ ଫିଲ୍ମର ଆୱାର୍ଡ, ଶାହରୁଖ ଖାନଙ୍କର ବି ରହିଲା ଜଲୱା, ଦେଖନ୍ତୁ ସଂପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: IIFA 2024ର ଆଜି ତୃତୀୟ ଏବଂ ଶେଷ ଦିନ। ଆବୁଧାବିରେ ବଲିଉଡ ଷ୍ଟାରମାନେ IIFA 2024 ଆୱାର୍ଡସର ଷ୍ଟେଜ ଉପରେ ଧମାଲ କରିଛନ୍ତି। ଏଠାରେ ଡ୍ୟାନ୍ସ ଏବଂ ଆକ୍ଟରଙ୍କ କମେଡି ସହ ହିରୋଇନମାନଙ୍କର ଗ୍ଲାମର୍ସ ଦେଖିବାକୁ ମିଳିଛି। ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ବେଷ୍ଟ ଫିଲ୍ମ ଫେୟାର ଆୱାର୍ଡ ନିଜ ନାମରେ କରିଛି। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ଏବଂ ନିର୍ମାତା ଭୂଷଣ କୁମାର ଟିମ ଏହି ସମ୍ମାନକୁ ସ୍ୱୀକାର କରିଛନ୍ତି। ଅଭିନୟ ଶ୍ରେଣୀରେ, ଶାହରୁଖ ଖାନ ଜବାନରେ ନିଜର ଦମଦାର ଆକ୍ଟିଙ୍ଗ ସହ ବକ୍ସ ଅଫିସରେ ଯାଦୁ ଦେଖାଇଥିଲେ। ଶାହାରୁଖ ଖାନଙ୍କୁ ଏହି ଫିଲ୍ମ ପାଇଁ ବେଷ୍ଟ ଆକ୍ଟରର ଆୱାର୍ଡ ପ୍ରଦାନ କରାଯାଇଛି। ରାନୀ ମୁଖାର୍ଜୀ ମିସେଜ ଚାଟାର୍ଜୀ ଭର୍ସେସ ନରୱେରେ ଜଣେ ମାଆର ଭୂମିକା ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ପାଇଛନ୍ତି।

ବେଷ୍ଟ ଫିଲ୍ମ- ଆନିମଲ
ବେଷ୍ଟ ଡାଇରେକ୍ଟର- ବିଧୁ ବିନୋଦ ଚୋପ୍ରା
ବେଷ୍ଟ ଆକ୍ଟର-ଶାହରୁଖ ଖାନ-ଜବାନ
ବେଷ୍ଟ ଆକ୍ଟ୍ରେସ-ରାନୀ ମୁଖାର୍ଜୀ
ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର- ଅନୀଲ କୁମାର-ଆନିମଲ
ବେଷ୍ଟ ସପୋର୍ଟିଙ୍ଗ ଆକ୍ଟ୍ରେସ- ଶବାନା ଆଜମୀ- ରକି ବେଷ୍ଟ ଔର ରାନୀ କି ପ୍ରେମ କାହାନୀ
ନକରାତ୍ମକ ଭୂମିକାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ- ବବି ଦେଓଲ- ଆନିମଲ
ସର୍ବଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ-ପ୍ରୀତମ, ବିଶାଲ ମିଶ୍ର, ମନନ ଭରଦ୍ୱାଜ, ଶ୍ରେୟସ ପୁରାଭିକ, ଜାନି, ଭୂପିନ୍ଦର ବବଲ, ଅଶିମ କେମ୍ସନ, ହର୍ଷବର୍ଦ୍ଦନ ରାମେଶ୍ୱର-ଆନିମଲ
ସର୍ବଶ୍ରେଷ୍ଠ ପାଶ୍ୱର୍ଗାୟକ(ପୁରୁଷ)- ଭୂପିନ୍ଦର ବବଲ- ଅଶର୍ଜନ ବୈଲୀ( ଆନିମଲ)
ସର୍ବଶ୍ରେଷ୍ଠ ପାଶ୍ୱର୍ଗାୟିକା- ଶିଳ୍ପା ରାଓ-ଚାଲେୟା ( ଯବାନ)
ଭାରତୀୟ ସିନେମାରେ ଆକୃଷ୍ଟ ଉପଲବ୍ଧି- ହେମା ମାଳିନୀ
ବର୍ଷର ନବୋଦିତ କଳାକାର- ଅଲିଜେହ ଅଗ୍ନିହୋତ୍ରୀ
ସର୍ବଶ୍ରେଷ୍ଠ କାହାଣୀ-ଇଶିତା ମୋଇତ୍ରା, ଶଶାଂକ ଖେତାନ, ସୁତାନ ରାୟ-ରକି ଔର ରାନୀ କି ପ୍ରେମ କାହାଣୀ

Get real time updates directly on you device, subscribe now.