fbpx

ଏହି ଦିନ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୮ତମ କିସ୍ତି, ଏପରି କରନ୍ତୁ e-KYC

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା।

ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।

ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।

ଯଦି ଜଣେ କୃଷକ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁନାହାଁନ୍ତି, ଅନ୍ୟ କାମ ପାଇଁ କିମ୍ବା ଅନ୍ୟମାନଙ୍କ ଜାମିରେ ଚାଷ କାର୍ଯ୍ୟ କରନ୍ତି ଏବଂ ସେହି ଜମିଟି ତାଙ୍କର ନୁହେଁ, ଏହିପରି ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ ଜମି ତାଙ୍କ ବାପା ପିତା କିମ୍ବା ଜେଜେବାପାଙ୍କ ନାମରେ ଅଛି, ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।

ଯଦି ଜଣେ ବ୍ୟକ୍ତି ଜମିର ମାଲିକ, କିନ୍ତୁ ସେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି ତେବେ କିଷାନ ଯୋଜନା ପାଇଁ ମଧ୍ୟ ଏହିପରି ବ୍ୟକ୍ତି ଅଯୋଗ୍ୟ ବିବେଚିତ ହେବେ। ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅଯୋଗ୍ୟ ତାଲିକାରେ ଆସିଥାନ୍ତି । ଇନକମ୍ ଟ୍ୟାକ୍ସ ଦେଉଥିବା ପରିବାରଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ ।

ପିଏମ କିଷାନ ୱେବସାଇଟ୍ ଅନୁଯାୟୀ, PMKISAN ପଞ୍ଜୀକୃତ କୃଷକମାନଙ୍କୁ eKYC କରିବାକୁ ପଡିବ । ଏହି ସେବା ପିଏମ କିଷାନ ପୋର୍ଟାଲରେ କିମ୍ବା ନିକଟସ୍ଥ ବାୟୋମେଟ୍ରିକ ଇ- କେୱାଇସି କେନ୍ଦ୍ରକୁ ଯାଇ କରାଯାଇପାରିବ ।

ଜାଣନ୍ତୁ ଏହାର ପ୍ରୋସେସ୍:-

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

Get real time updates directly on you device, subscribe now.