fbpx

ପ୍ରାକ୍ ନିର୍ବାଚନୀ ଆକ୍ରମଣ; କନଭୟ ଉପରେ ପଥର ମାଡ଼, ଭାଙ୍ଗିଲେ ଗାଡ଼ି କାଚ… ଅଳ୍ପକେ ବର୍ତ୍ତିଲେ JJP ମୁଖ୍ୟ

ନୂଆଦିଲ୍ଲୀ : ହରିୟାଣାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟିର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ କନଭୟ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଦୁଷ୍ୟନ୍ତ ।

ସୂତ୍ରରୁ ପ୍ରକାଶ ଜନସଭାକୁ ସମ୍ବୋଧିତ କରୁଥିବା ସମୟରେ କିଛି ଯୁବକ ସେଠାରେ ହଙ୍ଗାମା କରିଥିଲେ । ଏହା ପରେ ତାଙ୍କ କନଭୟ ଉପରେ ହଠାତ ଆକ୍ରମଣ କରିଥିଲେ । ଏହା ପରେ କିଛି ଅଜଣା ବ୍ୟକ୍ତି ଦୁଷ୍ୟନ୍ତ ଥିବା ଗାଡ଼ି ଉପରେ ଇଟା ଓ ପଥର ମାଡ଼ କରିଥିଲେ । ଏହା ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ବହୁ ସଂଖ୍ୟକ ଫୋର୍ସ ପହଂଚିଥିଲେ । ବର୍ତ୍ତମାନ ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ଏହି ଘଟଣାକୁ ନେଇ ବର୍ତ୍ତମାନ ହରିୟାଣା ରାଜନୀତିରେ ହଲଚଲ ଦେଖାଦେଇଛି । କହିରଖୁଛୁ ହରିୟାଣାରେ ଗୋଟିଏ ପର୍ଯ୍ୟାରେ ୫ ଅକ୍ଟୋବରରେ ମତଦାନ ଏବଂ ଅକ୍ଟୋବର ୮ରେ ଭୋଟ୍ ଗଣତି ହେବ ।

Get real time updates directly on you device, subscribe now.