fbpx

୨ ଅକ୍ଟୋବରରେ ୬ ଘଣ୍ଟା ୪ ମିନିଟ ରହିବ ସୂର୍ଯ୍ୟ ପରାଗ, ସମାପ୍ତ ପରେ କରନ୍ତି ଏହି ୫ କାମ

ଓଡ଼ିଶା ଭାସ୍କର: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ୨ ଅକ୍ଟୋବର ବୁଧବାର ଦିନ ହେବାକୁ ଯାଉଛି। ଏହି ସୂର୍ଯ୍ୟ ଗ୍ରହଣ ୬ ଘଣ୍‌ଟା ୪ ମିନିଟ ପର୍ଯ୍ୟନ୍ତ ରହିବ। ଏହି ସୂର୍ଯ୍ୟ ପରାଗ ଦିନ ସର୍ବ ପିତୃ ଅମାବାସ୍ୟା ଅଟେ, ଯାହା ଅଶ୍ୱିନ ଅମାବାସ୍ୟା ତିଥିରେ ପଡିବାକୁ ଯାଉଛି।

ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟ ପରାଗ ସର୍ବଦା ଅମାବାସ୍ୟା ଦିନ ହିଁ ଲାଗିବାକୁ ଯାଉଛି, ଚନ୍ଦ୍ର ଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ। ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ହାଣ୍ଡିଛାଡ। ଏହି ସୂର୍ଯ୍ୟ ପରାଗ ୨ ଅକ୍ଟୋବର ରାତି ୯ଟା ୧୩ ମିନିଟରେ ଲାଗିବ। ଏହି ସୂର୍ଯ୍ୟ ପରାଗ ୩ଟା ୧୭ ମିନିଟରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ସମୁଦାୟ ୬ ଘଣ୍ଟା ୪ ମିନିଟ ପର୍ଯ୍ୟନ୍ତ ରହିବ।

ଏହି ସୂର୍ଯ୍ୟ ପରାଗ ଚିଲୀ, ଆର୍ଜେଣ୍ଟିନା, ବ୍ରାଜିଲ, ମେକ୍ସିକୋ, ଉରୁଗୁଏ, ପେରୂ, ନୂୟଜଲ୍ୟାଣ୍ଡ, ଫିଜୀ, ଇକ୍ୱେଡୋର, ଆଣ୍ଟାର୍କଟିକା, ଟୋଙ୍ଗା, ଆମେରିକା, ପରାଗୁଆ ଆଦି ସ୍ଥାନରେ ଦେଖାଯିବ। ଏହି ସୂର୍ଯ୍ୟପରାଗ ଭାରତରେ ଦେଖାଯିବନି। ଏହି କାରଣରୁ ଏହାର ହାଣ୍ଡିଛାଡ ୧୨ ପୂର୍ବରୁ ହିଁ ହେବ।

ଏହି ୫ଟି କାମ କରିବା ଆବଶ୍ୟକ:
-ସୂର୍ଯ୍ୟ ପରାଗ ଶେଷ ହେବା ପରେ ଗଙ୍ଗାଜଳରେ ପୂଜା ଘର ସହ ସମସ୍ତ ଘରକୁ ପୋଛାଯାଇଥାଏ।
-ଏହାପରେ ପରିବାରର ସମସ୍ତ ସଦସ୍ୟ ସ୍ନାନ କରି ସଫା ବସ୍ତ୍ର ପିନ୍ଧି ପୁରୁଣା ବସ୍ତ୍ରକୁ ସଫା କରିବା ଆବଶ୍ୟକ।
-ପୂଜା ଘରେ ସମସ୍ତ ଦେବା ଦେବୀ ଏବଂ ଦେବତାମାନଙ୍କୁ ସ୍ନାନ କରିବା ଆବଶୟଖ, ଏହାପରେ ପୂଜା କରିବା ସହ ଆରତୀ କରିବା ଆବଶ୍ୟକ।
-ପୂଜା କରିବା ପରେ ଗହମ, ନାଲି ବସ୍ତ୍ର, ନାଲି ଫଳ, ନାଲି ଫୁଲ ଆଦିର ଦାନ କରିବା ଆବଶ୍ୟକ, କାରଣ ଏହି ସମସ୍ତ ବସ୍ତୁ ସୂର୍ଯ୍ୟ ଦେବଙ୍କ ସହ ଜଡିତ। ଚନ୍ଦ୍ର ଗ୍ରହଣରେ ଚାଉଳ ଏବଂ ଧଳା ଜିନିଷ ଦାନ କରିବା ଆବଶ୍ୟକ।
-ପରାଗ ପରେ ଆପଣଙ୍କୁ ରୋଷେଇ କରିବା ଆବଶ୍ୟକ। ଏଥିରେ ତୁଳସୀ ପତ୍ର ଅବଶ୍ୟ ପକାନ୍ତୁ। ଗର୍ଭବତୀ ମହିଳା ଏହି ପରାଗ ସମୟରେ ଘରୁ ବାହାରନ୍ତୁ ନାହିଁ।

Get real time updates directly on you device, subscribe now.