fbpx

ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଜାରି ପରେ ଭାରତୀୟ ଦୂତାବାସର ଆଡଭାଇଜରୀ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଇସ୍ରାଏଲରେ ଏୟାର ଆଟାକ୍ ଆଲର୍ଟ ଶୁଣିବାକୁ ମିଳୁଛି ବୋଲି ଅନେକ ନ୍ୟୁଜ୍ ଏଜେନ୍ସି କହିଛନ୍ତି । ରକେଟ୍ ଆକ୍ରମଣ ର ସମ୍ଭାବନା ଥିବା ବେଳେ ଏଭଳି ସତର୍କ ସୂଚନା ଶୁଣିବାକୁ ମିଳିଛି । ଏହାରି ଭିତରେ ଅନେକ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଇରାନ ଇସ୍ରାଏଲ ଉପରେ ଏପ୍ରିଲ ଭଳି ବଡ଼ ଆକ୍ରମଣ କରିପାରେ ।

ଗତ ଏପ୍ରିଲ ୧୩ ତାରିଖରେ ଇରାନ ପକ୍ଷରୁ ଇସ୍ରାଏଲ ଉପରକୁ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । କିନ୍ତୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଇସ୍ରାଏଲ, ଆମେରିକା ଓ ବ୍ରିଟେନ ୯୯ ପ୍ରତିଶତ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିଲେ। ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ବୋଲି ଅନେକ ଆମେରିକୀୟ ଅଧିକାରୀ ସଙ୍କେତ ଦେଇଛନ୍ତି ।

ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ଇସ୍ରାଏଲସ୍ଥିତ ଭାରତୀୟ ଦୂତାବାସ ଅକ୍ଟୋବର ୧ ରେ ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରୋଟୋକଲ ପାଳନ କରିବାକୁ କୁହାଯାଇଛି। ଦୂତାବାସ ଆଡଭାଇଜରୀରେ ଲେଖିଛି ଯେ ଲୋକମାନେ ଅଯଥା ଯାତ୍ରା କରନ୍ତୁ ନାହିଁ ଏବଂ ସୁରକ୍ଷିତ ଆଶ୍ରୟସ୍ଥଳୀ ନିକଟରେ ରହିବା ଉଚିତ୍ ।

ଦୂତାବାସ ଏକ ବିବୃତିରେ କହିଛି ଯେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।  ଦୂତାବାସ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ଯୋଗାଯୋଗ କରି ପଞ୍ଜୀକରଣ କରିବାକୁ କୁହାଯାଇଛି। ବଢୁଥିବା ବିବାଦ ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । +972-547520711, 543278392

Get real time updates directly on you device, subscribe now.