fbpx

ଫ୍ଲାଇଟରେ ନେଇପାରିବେ ବନ୍ଧୁକ, ରିଭଲଭର ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଭାରତରେ ପ୍ରାୟ ଲୋକ ଫ୍ଲାଇଟ୍ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି । ରେଳ ଯାତ୍ରା ଅପେକ୍ଷା ଏଥିରେ ଖର୍ଚ୍ଚ ଅଧିକ ଥିଲେ ମଧ୍ୟ କମ୍ ସମୟ ମଧ୍ୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଂଚାଇଥାଏ । ଫ୍ଲାଇଟରେ ଯାତ୍ରା କରିବା ପାଇଁ କିଛି ନିୟମାବଳୀ ନିର୍ଦ୍ଧାରିତ କରାଯାଇଛି । ନିୟମ ଉଲଂଘନକାରୀଙ୍କୁ ଫ୍ଲାଇଟରେ ଯିବାକୁ ଦିଆଯାଇନଥାଏ । ଭାରତରୁ ଦୈନିକ ଅନ୍ତର୍ଜାତୀୟ ଫ୍ଲାଇଟ୍ ଯିବା ଆସିବା କରୁଛି । ଏମିତିରେ ମନରେ ପ୍ରଶ୍ନ ଆସୁଥିବ କି ଫ୍ଲାଇଟରେ ଲାଇସେନ୍ସ ରିଭଲଭଲ ନେବାକୁ ଅନୁମତି ରହିଛି କି ? ଯଦି ହଁ ତେବେ ଏହା ସହ ଜଡ଼ିତ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା ।

ଭାରତରେ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକର ନିୟମ ରହିଛି । ଏହା ଅନ୍ତର୍ଗତ କେଉଁ ଜିନିଷ ଫ୍ଲାଇଟରେ ନେଇଯିବା ପାଇଁ ଅନୁମତି ରହିଛି ଏବଂ କେଉଁଟା ନାହିଁ । ଫ୍ଲାଇଟରେ ‘ଫାୟାର ଆର୍ମ୍ସ’କୁ ନେଇ ମଧ୍ୟ କିଛି ନିୟମ ନିର୍ଦ୍ଧାରିତ କରାଯାଇଛି । ବ୍ୟକ୍ତି ଜଣଙ୍କ ପାଖରେ ଲାଇସେନ୍ସ ଥିବା ବନ୍ଧୁକ, ପିସ୍ତଲ କିମ୍ବା ରିଭଲଭର ନିଜ ସହ ବିମାନ ଯାତ୍ରା ସମୟରେ ନେଇପାରିବେ । ଏହା ବ୍ୟତୀତ ଲାଇସେନ୍ସ ସହ ସାଧାରଣ ଯାତ୍ରୀ, ଲାଇସେନ୍ସ ଏବଂ ଡିଜିସିଏ ଅନୁମତି ପ୍ରାପ୍ତ ଖେଳାଳି, ଆଇଡି କାର୍ଡ଼ ଏବଂ ମୁମେଣ୍ଟ ଅର୍ଡ଼ର/ ପ୍ରାଧିକରଣ ସ୍ଲିପ୍ ସହ CAPF, ପ୍ରତିରକ୍ଷା ଏବଂ ପୋଲିସକୁ ଅସ୍ତ୍ରଶସ୍ତ୍ର ନେବାକୁ ଅନୁମତି ରହିଛି । ଏହା ସହ ଆପଣ ଲାଇସେନ୍ସର ବୈଧତା ସୁନିଶ୍ଚିତ କରନ୍ତୁ । ଯଦି କେହି ବ୍ୟକ୍ତି ଏହି ସବୁ ନିୟମକୁ ଉଲଙ୍ଘନ କରନ୍ତି, ଅସ୍ତ୍ରଶସ୍ତ୍ରକୁ ଲୁଚାଇ ନିଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାଏ ।

Get real time updates directly on you device, subscribe now.