fbpx

ଇଂଜିନିୟରଙ୍କୁ ଗୁଗଲ ଦେବ ଚାକିରି, ବିନା ଏଣ୍ଟ୍ରାନ୍ସରେ ହେବେ ଭର୍ତ୍ତି… ମିଳିବ ମୋଟା ଅଙ୍କର ଦରମା

ନୂଆଦିଲ୍ଲୀ: ଗୁଗଲରେ କାମ କରିବାକୁ ଚାହୁଁନଥିବା ବ୍ୟକ୍ତି କ୍ୱଚିତ୍ ଥିବେ । ସମସ୍ତଙ୍କର ଇଚ୍ଛା ଥିବ ଗୁଗଲରେ କାମ କରିବା । ଗୁଗଲ ବିଶ୍ବର ସବୁଠାରୁ ବଡ କମ୍ପାନୀ ବୋଲି କୁହାଯାଉଛି । ଏଠାରେ କର୍ମଚାରୀମାନଙ୍କ ସର୍ବୋତ୍ତମ କ୍ୟାରିୟର ସୁନିଶ୍ଚିତ କରେ ନାହିଁ ବରଂ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇଥାଏ । ଲୋକମାନେ ଏହି କାରଣରୁ ଗୁଗୁଲରେ ଚାକିରି ପାଇବାକୁ ଇଚ୍ଛା କରିଥାନ୍ତି । ଏପରିକି ଇଣ୍ଟନସିପ କରିବାକୁ ମଧ୍ୟ ବ୍ୟଗ୍ର ରହିଛନ୍ତି ଫ୍ରେସର । ଯଦି ଆପଣ ମଧ୍ୟ ଗୁଗୁଲ ସହିତ ଇଣ୍ଟର୍ନସିପ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଅଟେ ।

ସଫ୍ଟୱେର୍ ଇଂଜିନିୟରିଂରେ ଇଣ୍ଟର୍ନସିପ୍ ପାଇଁ ଗୁଗଲ ନୋଟିଫିକେସନ ଜାରି କରିଛନ୍ତି । ମନୋନୀତ ବ୍ୟକ୍ତି କାର୍ଯ୍ୟଗୁଡ଼ିକୁ ସ୍ୱୟଂଚାଳିତ କରିବା, ଦକ୍ଷତା ଏବଂ କାର୍ଯ୍ୟଧାରାକୁ ଉନ୍ନତ କରିବା ପାଇଁ ସ୍କ୍ରିପ୍ଟଗୁଡ଼ିକର ବିକାଶ ଏବଂ ପରିଚାଳନା ଦାୟିତ୍ବ ସମ୍ଭାଳିବେ । ବ୍ୟକ୍ତିମାନେ ତଥ୍ୟ ବିଶ୍ଳେଷଣ କରିବା ଏବଂ ସମସ୍ୟା ସମାଧାନର ସବୁଠାରୁ ପ୍ରଭାବଶାଳୀ ସମାଧାନ ଚିହ୍ନଟ କରିବାକୁ ଫଳାଫଳର ମୂଲ୍ୟାଙ୍କନ କରିବା ପାଇଁ କାର୍ଯ୍ୟ କରିବେ । ଯେଉଁମାନେ ସଫ୍ଟୱେର୍ ଇଞ୍ଜିନିୟରିଂ କରିଛନ୍ତି କିମ୍ବା ପାଠ୍ୟକ୍ରମର ଶେଷ ବର୍ଷରେ ଅଛନ୍ତି ସେମାନେ ଗୁଗୁଲରେ ଇଣ୍ଟନସିପ ପାଇଁ ଆବେଦନ କରିପାରିବେ । ଏହାସହିତ ଆଶାୟୀଙ୍କୁ  ସଫ୍ଟୱେର୍ ଡେଭଲପମେଣ୍ଟରେ ଅଭିଜ୍ଞତା ରହିଥିବା ଉଚିତ । ଅନ୍ୟପଟେ କୋଡିଂରେ ଅଭିଜ୍ଞତା ଥିବା ସହିତ ଜାଭା, ଜାଭାସ୍କ୍ରିପ୍ଟ, ସି, ସି ++, ପାଇଥନ ଅଭିଜ୍ଞତା ରହିଥିବା ଜରୁରୀ ।

ଇଣ୍ଟନ ଚୟନ ପାଇଁ ଗୁଗୁଲ୍ ଏହା ମଧ୍ୟ କହିଛି ଯେ ଯେଉଁମାନେ କିଛି ପାଠ୍ୟକ୍ରମରେ ଅଭିଜ୍ଞତା ପାଇଛନ୍ତି ସେମାନଙ୍କୁ ଏହା ଅଗ୍ରାଧିକାର ଦିଆଯିବ । ଏହାସହିତ ଇନଫରମେସନ ରିଟାଇଭଲ, ନେଚୁରାଲ ଲାଙ୍ଗ୍ଓ୍ବେଜ ପ୍ରୋସେସିଂ, ନେଟଓ୍ବର୍କିଂ, ଡେଭଲପମେଣ୍ଟ ଲାର୍ଜ ସଫ୍ଟଓ୍ବେର ସିଷ୍ଟମ, ସିକ୍ୟୁରିଟି ସିଷ୍ଟମ, ଓ୍ବେବ ଆପ୍ଲିକେସନ ଡେଭଲପମେଣ୍ଟ, ମୋବାଇଲ ଆପ୍ଲିକେସନ ଡେଭଲପମେଣ୍ଟରେ ଅଭିଜ୍ଞ ରହିଥିଲେ ମଧ୍ୟ ସୁଯୋଗ ମିଳିପାରିବ । ଯଦି ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଗୁଗଲର ଓ୍ବେବସାଇଟ google.com/about/careers କୁ ଯାଇ କରିପାରିବେ । ଯୋଗ୍ୟ ଆଶାୟୀଙ୍କୁ ଗୁଗଲ ଇମେଲ ଜରିଆରେ ଉତ୍ତର ଦେବ । ଜାନୁଆରୀ ମାସରୁ ଏହା ଆରମ୍ଭ ହେବାକୁ ଥିବା ବେଳେ 22ରୁ 24 ସପ୍ତାହ ଚାଲିବ ।

Get real time updates directly on you device, subscribe now.