fbpx

ଯାଜପୁରରେ ହୃଦୟବିଦାରକ ଘଟଣା; ମୋବାଇଲ ପାଇଁ ଗାମୁଛାରେ ଝୁଲି ପଡ଼ିଲେ ସ୍କୁଲ ଛାତ୍ର

ଯାଜପୁର: (ଓଡ଼ିଶା ଭାସ୍କର) ଦିନକୁ ଦିନ ପିଲାଙ୍କ ଭିତରେ ବଢ଼ିବାରେ ଲାଗିଲାଣି ମୋବାଇଲ ନିଶା । ଏପରିକି ତାଙ୍କ ପାଖରୁ ଫୋନ ଆଣିଲାରୁ ଜୀବନ ହାରିବାକୁ ପଛାଉ ନାହାନ୍ତି ପିଲା । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗ୍ରାମରେ । ଜଣେ ନାବାଳକ ଜୀବନ ହାରିଥିବା ଅଭିଯୋଗ ହୋଇଛି ।

ତାଙ୍କ ମା’ ମାଧବୀ ମଲିକଙ୍କ ଅଭିଯୋଗ କ୍ରମେ ଥାନାରେ ୧୯/୨୪ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଗତ ସୋମବାର ରାତିରେ ମିର୍ଜାପୁର ଗ୍ରାମର ମାଧବ ମଲିକଙ୍କ ପୁଅ ପାର୍ଥ(୧୧) ତାଙ୍କ ଭଉଣୀଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ଯେଉଁଥି ପାଇଁ ତାଙ୍କ ବାପା ମାଡ଼ ମାରିଥିଲେ । ଏହି ଏହି ଘଟଣାକୁ ନେଇ ବିଳମ୍ବିତ ରାତିରେ ଝରକାରେ ଗାନ୍ ଗାମୁଛା ବାନ୍ଧି ପାର୍ଥ ଆତ୍ମହତ୍ୟା କରିଦେଇଛନ୍ତି ।

ପରିବାର ଲୋ ଲାକେ ଉଦ୍ଧାର କରି ଯାଜପୁରରୋଡ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ପାର୍ଥଙ୍କୁ ମୃତ ଘୋଷଣା କରିଥିଲେ ଥିଲେ । ଦାନଗଦୀରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଆନାଧିକା କାରୀ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.