fbpx

ବବିଙ୍କ ଯାଜପୁର ବିକାଶ ବୟାନ ଉପରେ ଧୋଇଲେ ବଡଚଣା ବିଧାୟକ

ଭୁବନେଶ୍ୱର: ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାଶ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦେଇଥିବା ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ପୁଣି ସେ ଯାଜପୁରର ନେତୃତ୍ୱ ନେବେ ବୋଲି କହିଥିବା ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ତମ୍ବିତୁଫାନ । ଯାହାକୁ ନେଇ ଆଜି ବିଜେପି ବବିଙ୍କୁ କରିଛି ତାତ୍ସଲ୍ୟ । ସମ୍ବଲପୁରରେ ନିର୍ବାଚନ ଲଢି ହାରିଛନ୍ତି । ଏବେ ଯାଜପୁରରେ କଣ କରିବେ ତାକୁ ନେଇ କାଉଣ୍ଟର ଆଟାକ କରିଛନ୍ତି ବଡଚଣା ବିଧାୟକ ଅମର ନାୟକ ।

ଅମର କହିଲେ ସମ୍ବଲପୁରରେ ଲଢ଼ିଥିଲେ ରେଜଲ୍ଟ ବି ପାଇଛନ୍ତି। ତାଙ୍କ ଦଳର ଆଭ୍ୟନ୍ତରଣ ବ୍ୟାପାର ବିଧାୟିକା ଛାଡିବେ କି ଆଠଗଡ଼ ପରି ରଖିବେ ସେ ଜାଣିଥିବେ। ଯାଜପୁର ଜିଲ୍ଲାରେ ବିଜେପିର କେମିତି ପ୍ରଦର୍ଶନ ଥିଲା ସମସ୍ତେ ଦେଖିଛନ୍ତି। ଦୁଇଟି ସ୍ଥାନରେ ଦଳ ହାରିବାକୁ ନେଇ ଅମର କହିଛନ୍ତି କି, ପ୍ରଶାସନିକ ତ୍ରୁଟି ପାଇଁ ଆମ ଦଳ ପରାଜୟ ବରଣ କରିଛି । ସେହିପରି ବବି ବାରମ୍ବାର ଯାଜପୁର ବିକାଶ କରିଥିବା କଥା କହିବା ସହ ବିକାଶ ପାଇଁ ସମାଲୋଚିତ ହୋଇଥିବା କହିଥିଲେ । ଯେତେ ସମାଲୋଚିତ ହେଲେ ମଧ୍ୟ ସେ ଯାଜପୁରର ବିକାଶ କରିବେ ବୋଲି କହିଥିଲେ । ଯାହାକୁ ନେଇ ଅମର ପଚାରିଛନ୍ତି, ଯଦି ଯାଜପୁରର ବିକାଶ କରିଛନ୍ତି, ତେବେ ଏତେ କମ ବ୍ୟବଧାନରେ ତାଙ୍କ ବିଧାୟିକା କେମିତି ଜିତିଲେ?

ଅନ୍ୟପକ୍ଷରେ ୪ ମାସ ପରେ ମଧ୍ୟ ବବି ଦୁର୍ନୀତି କରୁଥିଲେ ତାଙ୍କୁ କାହିଁ ବନ୍ଧା ଯାଉନାହିଁ ବୋଲି କରିଥିବା ପ୍ରଶ୍ନର ଉତ୍ତରରେ ବଡଚଣା ବିଧାୟକ କହିଛନ୍ତି, ଦୁର୍ନୀତି ବିରୁଦ୍ଧରେ ସରକାର ନୀତିଗତ ନିଷ୍ପତ୍ତି ନେଉଛନ୍ତି । ଏତେ ବ୍ୟସ୍ତ ହେଲେ କଣ ହେବ। ଆଗକୁ ବହୁତ୍ କିଛି ହେବ । କ୍ଷମତାରୁ ଦୂରେଇବାର ମାତ୍ର ତିନି ମାସରେ ଏତେ ବ୍ୟସ୍ତ ବିବ୍ରତ ହୋଇପଡ଼ୁଛନ୍ତି। ଦୁର୍ନୀତି ହୋଇଛି କି ନ ହୋଇଛି ଲୋକଙ୍କ ରାୟ ସ୍ପଷ୍ଟ କରିଛି । ପ୍ରଶାସନିକ ପେଞ୍ଚ ପାଇଁ ଆମେ ଯାଜପୁର ବିଧାନସଭା ଆସନ ହରାଇଛୁ। ବବିଙ୍କ ବିକାଶରେ ଯଦି ଲୋକେ ତାଙ୍କୁ ଚାହୁଁଥିଲି ତେବେ କେମିତି ତାଙ୍କ ନେତ୍ରୀ ମାତ୍ର ଦୁଇ ହଜାର ଭୋଟରେ ଜିତିଛନ୍ତି?

ଏଥିସହ ସେ ସମ୍ବଲପୁରରେ ବ୍ୟସ୍ତ ରହିବା କାରଣରୁ ଯାଜପୁର ଆସିପାରି ନଥିବାକୁ ନେଇ ଅମର କହିଛନ୍ତି କି, କିଏ କହିଲା ସେ ଆସୁନଥିଲେ । ସେ ଆସନ୍ତୁ ଅବା ନ ଆସନ୍ତୁ କିନ୍ତୁ ଲୋକ ତ ଜାଣିଥିଲେ ଯାଜପୁର ତାଙ୍କ ଆସନ । ଦଳକୁ କାହିଁକି ଭଲ ମେଜରିଟି ଭୋଟ ମିଳିଲା ନାହିଁ। ଲୋକ ଏତେ ବୋକା ନାହାନ୍ତି। ସେଥିପାଇଁ ନବୀନ ବାବୁ କଣ୍ଟାବାଞ୍ଜିରେ ଲଢ଼ିଥିଲେ ବି ପରାସ୍ତ ହୋଇଛନ୍ତି । ଓଡ଼ିଶାବାସୀ ଆଉ ବୋକା ନାହାନ୍ତି। ଉଚିତ୍ ଜବାବ ଦେଇଛନ୍ତି ଆଗକୁ ମଧ୍ୟ ଦେବେ। ବିଜେପି ଲଢେଇ ଓ ସଂଗ୍ରାମ କରିକି ବିଜୟ ହାସଲ କରିଛି। ଆଗକୁ ଯେତେ ନିର୍ବାଚନ ହେବ ବିଜେପି ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମର ନାୟକ ।

Get real time updates directly on you device, subscribe now.