fbpx

ବିଭିନ୍ନ ରାଶି ପାଇଁ କେମିତି ରହିବ ଶୁକ୍ରବାର?

ଓଡିଶା ଭାସ୍କର: ଆସନ୍ତା କାଲି, ଅର୍ଥାତ୍ ଶୁକ୍ରବାର ହେଉଛି ଏକ ବିଶେଷ ଦିନ । ଏହି ଦିନରେ କେମିତି ରହିଛି ଆପଣଙ୍କ ରାଶିର ଫଳାଫଳ ଆସନ୍ତୁ ଜାଣିବା । ଗ୍ରହ ଚଳନକୁ ଦେଖିଲେ ସ୍ପଷ୍ଟ ହେଉଛି କି, କିଛି ରାଶିର ଲୋକଙ୍କ ଜୀବନରେ ଖୁସିର ଆଗମନ ହେବ । ଅନେକ ରାଶିର ବ୍ୟକ୍ତି ବିଶେଷ କାମ ଚାପରେ ଛନ୍ଦିହୋଇଯିବେ । ତେବେ କେଉଁ ରାଶିରେ ଆସନ୍ତା କାଲିର ଦିନ କେମିତି ରହୁଛି, ଆସନ୍ତୁ ଦେଖିନେବା ଓ ଯଦି ଆବଶ୍ୟକ ହୁଏ ପ୍ରତିକାର ଆପଣେଇବା ।

ମେଷ ରାଶ-
ମେଷ ରାଶିର ଲୋକଙ୍କ ପାଇଁ କାଲିର ଦିନ ବ୍ୟସ୍ତତାପୂର୍ଣ୍ଣ ରହିବ । ନିଜ କାମ ଛାଡି ଅନ୍ୟମାନଙ୍କ ପାଇଁ କାମ କରିବାକୁ ପଡିପାରେ, ଯାହା ଅପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଆସନ୍ତା କାଲି ଘରେ କୌଣସି ପୂଜାପାଠ ମଧ୍ୟ ହୋଇପାରେ । କାଲି କୌଣସି ନୂଆ କାମ ପାଇଁ ଆପଣ ମନବଳେଇ ପାରନ୍ତି ।

ବୃଷରାଶି-
ବୃଷ ରାଶି ଯେଉଁମାନଙ୍କର ସେମାନଙ୍କୁ ଶୁକ୍ରବାର ବା ଆସନ୍ତା କାଲି ଜଗିରଖି କାମ କରିବାକୁ ହେବ । ବିଶେଷ କରି କଥା ହେବା ସମୟରେ ସତର୍କ ରହିବା ଦରକାର । କୌଣସି କାମରେ କିଛି ଭୁଲ ଭଟକା ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଉତ୍ତମ ରହିଛି । ବାପା ମାଆଙ୍କ ଆଶୀର୍ବାଦରୁ ଦିନ ବହୁତ ଭଲ ରହିବ । ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ପାଇଁ ବୃଷ ରାଶିର ଲୋକେ ନୂଆ କିଛି ଇନଭେଷ୍ଟମେଣ୍ଟ କରିବାର ଯୋଗ ରହିଛି । ହେଲେ ତା ପୂର୍ବରୁ କୌଣସି ଅଭିଜ୍ଞ ଲୋକଙ୍କ ପରାମର୍ଶ ନେବା ଜରୁରୀ ।

ମିଥୁନ ରାଶି-
ଆଇନ ଗତ କାମରେ ମିଥୁନ ରାଶିର ଲୋକଙ୍କୁ ସତର୍କତା ଅବଲମ୍ବନ କରିବା ଜରୁରୀ । ନିଜର କୌଣସି ଭୁଲକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ତେବେ ଶୁକ୍ରବାର ମିଥୁନ ରାଶିର ଲୋକଙ୍କୁ ପୈତୃକ ସମ୍ପତ୍ତି ଲାଭର ଯୋଗ ରହିଛି । ବାପାଙ୍କ ପରାମର୍ଶ ବହୁ ସମସ୍ୟାରୁ ଆପଣଙ୍କୁ ମୁକୁଳାଇବାରେ ସହାୟକ ହେବ । ରାଜନୀତିଠାରୁ ଦୂରେଇ ରହିବା ମଙ୍ଗଳମୟ ହେବ ।

କର୍କଟ ରାଶି-
ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରବାର ଦିନଟି ଭଲ ରହିବ । ଭାଗ୍ୟ ଆପଣଙ୍କ ସାଥ ଦେବ । କୌଣସି ଶାରୀରିକ ସମସ୍ୟା ଥିଲେ, ଅନେକାଂଶରେ ଯନ୍ତ୍ରଣାରୁ ଉପସମ ମିଳିବ । ଜୀବନସାଥୀଙ୍କୁ ନୂଆ ଚାକିରି ମିଳିବାର ଯୋଗ ରହିଛି । ଆପଣ ଆଜିର ଦିନରେ କୌଣସି ପ୍ରକାରର ଦାୟିତ୍ୱ ପୂରଣ କରିବାରେ ସମ୍ପୂର୍ଣ୍ଣ ସଫଳ ହେବେ ।

ସିଂହ ରାଶି-
ସିଂହ ରାଶିର ଲୋକଙ୍କୁ ନିଜ ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ହେବ । ମାଆଙ୍କ ପୁରୁଣା ରୋଗ ସମସ୍ୟା ସୃଷ୍ଟିକରିପାରେ । କୌଣସି ପୁରୁଣା ସାଙ୍ଗ ସହ ଦୀର୍ଘ ଦିନ ପରେ ଭେଟ ହୋଇପାରେ, ତେଣୁ ପୁରୁଣା କୌଣସି ମତାନ୍ତରକୁ ମନେ ପକାଇ ସମ୍ପର୍କରେ ସୁଧାର ଆଣିବା ଆବଶ୍ୟକ ।

କନ୍ୟା ରାଶି-
କନ୍ୟା ରାଶିଧାରିଙ୍କ ପାଇଁ କାଲି ଦିନଟି ଧନପ୍ରାପ୍ତିର ଅବସର ଆଣିଦେବ । ସେୟାର ମାର୍କେଟ ସହ ଜଡିତ ଲୋକଙ୍କୁ ଭଲ ପ୍ରଫିଟ ମିଳିବ । ଆପଣଙ୍କ କାମକୁ ନେଇ ଯାତ୍ରାର ସମ୍ଭାବନା ରହିଛି । ପିଲାମାନେ ମଧ୍ୟ ନୂଆ କିଛି ଜିନିଷ ପାଇଁ ଜିଦି କରିପାରନ୍ତି । ସମ୍ପତି କିଣିବାକୁ ନେଇ ମଧ୍ୟ ଦିନଟି ଉତ୍ତମ ରହିଛି ।

ତୁଳା ରାଶି-
ତୁଳା ରାଶିର ଲୋକଙ୍କ ପାଇଁ କାଲିର ଦିନ ସମସ୍ୟାପୂର୍ଣ୍ଣ ରହିବ । ଆପଣ କାମ ଚାପରେ ରହିବେ । ବସ ନୂଆ କିଛି କାମ ଦେବାର ସମ୍ଭାବନା ଦେଖାଦେଉଛି । କୌଣସି ପୁରୁଣା ସାଙ୍ଗ ସହ ବହୁ ଦିନ ପରେ ସାକ୍ଷାତ ହୋଇପାରେ ।

ବିଛା ରାଶି-
କାଲିର ଦିନ ଆପଣଙ୍କ ପାଇଁ ଉନ୍ନତି ଦିନ ହୋଇ ଆସିବ । ସବୁ କାମ ପୂରା ହେବ । ବ୍ୟବସାୟରେ ନୂଆ ଯୋଜନାକୁ ନେଇ ଅର୍ଥ ଲଗାଇପାରନ୍ତି । ଘରକୁ କୌଣସି ଅତିଥିଙ୍କ ଆଗମନର ସମ୍ଭାବନା ରହିଛି । ଘର ପରିବେଶ ଖୁସିବାସି ରହିବ ।

ଧନୁ ରାଶି-
ଧନୁ ରାଶିର ଲୋକଙ୍କ ପାଇଁ କାଲିର ଦିନଟି ଭାରାକ୍ରାନ୍ତ ହେବ । କାମରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯେଉଁଥି ପାଇଁ କାମ କରିବାକୁ ମନ ବଳିବ ନାହିଁ । କାମରେ ବିଭ୍ରାଟ ହେବ । ତେଣୁ ବାଧ୍ୟହୋଇ ନିଜ କାମକୁ ଅନ୍ୟ ଉପରେ ଲଦିବାକୁ ବାଧ୍ୟହୋଇପାରନ୍ତି । ପରିବାରରେ ବାଦ ବିବାଦ ଦେଖା ଦେବାର ସମ୍ଭାବନା ରହିଛି, ହେଲେ ଆଲୋଚନାରେ ତାହା ସମାଧାନ ହୋଇଯିବ ।

କୁମ୍ଭ ରାଶି-
କୁମ୍ଭ ରାଶିର ଜାତକଧାରୀଙ୍କ ପାଇଁ ମିଶ୍ର ଫଳ ଦେବ ଆସନ୍ତା କାଳି । ନୂଆ ଘର, ଦୋକାନ, ସାମଗ୍ରୀ କିଣିବାର ସ୍ୱପ୍ନ ପୂରା ହେବ । ପିଲାଙ୍କ ଉପରେ କିଛି ଦାୟିତ୍ବ ଲଦିବାକୁ ପଡିପାରେ

ମୀନ ରାଶି-
କାଲି ଆପଣଙ୍କୁ ଜଗିରଖି ଚଳିବାକୁ ହେବ । ସହଯୋଗୀଙ୍କ ସହ କୌଣସି ଗୁପ୍ତ ତଥ୍ୟ ସେୟାର କରିବା ମହଙ୍ଗା ପଡିପାରେ । ପ୍ରମୋଶନକୁ ନେଇ ବସଙ୍କ ସହ ଆଲୋଚନା କରିପାରନ୍ତି । ଖର୍ଚ୍ଚ କରିବା ସମୟରେ ଭାବିଚିନ୍ତି ଖର୍ଚ୍ଚ କରିବା ଜରୁରୀ ।

Get real time updates directly on you device, subscribe now.