fbpx

ଦଶମ-ଷଷ୍ଠ ପାସ୍ ପିଲାଙ୍କୁ ମିଳିବ ସରକାରୀ ଚାକିରି: ୩ ହଜାରରୁ ଅଧିକ ପଦବୀରେ ବମ୍ପର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ସାରା ଦେଶରେ ବେରୋଜଗାରୀ ସମସ୍ୟା ଖୁବ ଚର୍ଚ୍ଚାର ବିଷୟ ରହିଛି । ଶିକ୍ଷିତଙ୍କ ହାର ଅନୁସାରେ ନିଯୁକ୍ତିର ହାର ଯଥେଷ୍ଟ କମ୍ ରହିଛି । ଫଳରେ ଅଧିକାଂଶ ପିଲା ଶିକ୍ଷା ପରେ ଯୋଗ୍ୟତା ଅନୁଯାୟୀ ଚାକିରି ପାଇବା ପାଇଁ ପଛରେ ରହିଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା ଆରମ୍ଭ କରୁଛନ୍ତି । ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟ ତରଫରୁ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ବିଭିନ୍ନ ପଦ ପାଇଁ ନିଯୁକ୍ତି ଆରମ୍ଭ କରିଛି । ଏହି ପ୍ରକ୍ରିିୟାରେ ପ୍ରାୟ ୩,୩୦୬ ପଦବୀରେ ନିଯୁକ୍ତି ପାଇବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ସରକାର ।

ସୂଚନା ଅନୁସାରେ, ପ୍ରୟାଗରାଜର ଇଲହାବାଦ ଉଚ୍ଚ ନ୍ୟାୟାଳୟଙ୍କ ତରଫରୁ ଏହି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି’ ରେ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଇଲହାବାଦ ହାଇକୋର୍ଟରେ ଷ୍ଟେନୋଗ୍ରାଫର, ଜୁନିୟର ଆସିଷ୍ଟାଣ୍ଟ, ପେଡ୍ ଆପେଣ୍ଟିସ, ଡ୍ରାଇଭର, ଟ୍ୟୁବୱେଲ ଅପରେଟର, ପ୍ରସେସ ସର୍ଭର, ଅର୍ଡରଲି, ଚପରାସୀ, ସ୍ୱୀପର ଇତ୍ୟାଦି ପଦ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୪ ତାରିଖରୁ ଅକ୍ଟୋବର ୨୪ ତାରିଖ ମଧ୍ୟରେ ଅନଲାଇନ୍ ଜରିଆରେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।

ଷ୍ଟେନୋଗ୍ରାଫର III (ହିନ୍ଦୀ): ୫୧୭
ଷ୍ଟେନୋଗ୍ରାଫର III (ଇଂରାଜୀ): ୬୬
କନିଷ୍ଠ ସହାୟକ (ଗ୍ରୁପ୍ ସି): ୯୩୨
ବେତନଭୋଗୀ ପ୍ରଶିକ୍ଷୁ (ଗ୍ରୁପ୍ ସି): ୧୨୨
ଡ୍ରାଇଭର: ୩୦
ଟ୍ୟୁବୱେଲ ଅପରେଟର ସହ ଟେକନିସିଆନ୍; ପ୍ରକ୍ରିୟା ସର୍ଭର; ଅର୍ଡରଲି/ଚପରାସୀ/କାର୍ଯ୍ୟାଳୟ ଚପରାସ୍‍ ଚୌକିଦାର/ଜଳବାହକ/ ସଫେଇ କର୍ମୀ/ ମାଳି/ କୁଲି/ ଲିଫ୍ଟମ୍ୟାନ୍ : ୧୬୩୯

ଅକ୍ଟୋବର ୪ ତାରିଖରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୪ ତାରିଖ ଆବେଦନର ଶେଷ ଦିନ ରହିଛି । ସେହିପରି ଅକ୍ଟୋବର ୨୪ ତାରିଖ ସୁଦ୍ଧା ହିଁ ଆବେଦନକାରୀ ପରୀକ୍ଷା ଶୁଳ୍କ ଜମା କରିପାରିବେ ।

Get real time updates directly on you device, subscribe now.