fbpx

ଆକାଶ ଛୁଆଁ ଆଳୁ, ପିଆଜ, ଟମାଟୋ ଦରକୁ କେମିତି କରିହେବ ନିୟନ୍ତ୍ରଣ, ରିସର୍ଚ୍ଚ ଦେଲା ଉପାୟ

ନୂଆଦିଲ୍ଲୀ: ଦେଶବାସୀ ଆଳୁ, ପିଆଜ, ଟମାଟୋର ଦରଦାମକୁ ନେଇ ଘାଇଲା ହୋଇପଡିଥିବା ବେଳେ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ କରିଛି ରୋଚକ ଖୁଲାସା । ଗ୍ରାହକ ଏହି ସବୁ ସାମଗ୍ରୀ ପାଇଁ ଯେତେ ବି ଖର୍ଚ୍ଚ କରୁ ନା କାହିଁକି, ଚାଷୀଙ୍କ ପାଖରେ ଯାଇ ପହଞ୍ଚୁଛି ଅଳ୍ପ ଲାଭ । ଆରବିଆଇ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଗ୍ରାହକ ଆଳୁ, ପିଆଜ ଓ ଟମାଟୋ ପାଇଁ ୧୦୦ ଟଙ୍କା ଲେଖା ଖର୍ଚ୍ଚ କରୁଥିବା ବେଳେ ଚାଷୀ ପାଖକୁ ପିଆଜରେ ୩୬ ପ୍ରତିଶତ, ଟମାଟୋରେ ୩୩ ଓ ଆଳୁରେ ୩୭ ପ୍ରତିଶତ ଅର୍ଥ ଯାଉଛି । ତେଣୁ ରିସର୍ଚ୍ଚ ପେପରରେ କୃଷି ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବାକୁ ପରାମର୍ଶ ଦିଆଯାଇଛି, ଯେମିତି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ପାଇଁ ଭଲ ଲାଭ ମିଳିବ । ଏଥିପାଇଁ ମଣ୍ଡି ସଂଖ୍ୟାରେ ବୃଦ୍ଧି ପାଇଁ କୁହାଯାଇଛି ।

ଆଳୁ, ଟମାଟୋ, ପିଆଜ ଯୋଗାଣରେ ସୁଧାର ଆଣିବାକୁ ଘରୋଇ ମଣ୍ଡି ସଂଖ୍ୟା ବଢାଇବାକୁ କୁହାଯାଇଛି । ଖାଦ୍ୟ ମୁଦ୍ରାସ୍ଫିତିକୁ ମଧ୍ୟ ରିସର୍ଚ୍ଚରେ ଦାୟୀ କରାଯାଇଛି । ଏହି ରିସର୍ଚ୍ଚ ଆର୍ଥିକ ଅନୁସନ୍ଧାନ ବିଭାଗ ଓ ଅନ୍ୟ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଛି । ଏଥିରେ ନିୟୋଜିତ ବ୍ୟକ୍ତିମାନେ ପାଇଛନ୍ତି କି, ବଜାରରେ ବର୍ତ୍ତମାନ ଦେଖାଦେଉଥିବା ଅଭାବକୁ କମ କରିବାକୁ ଇ-ରାଷ୍ଟ୍ରୀୟ କୃଷି ବଜାରର ଲାଭ ଉଠାଇବା ଜରୁରୀ । ଏହାଦ୍ୱାରା ଚାଷୀଙ୍କ ଆୟରେ ବୃଦ୍ଧି ଘଟିବ । ରିସର୍ଚ୍ଚରେ କୁହାଯାଇଛି କି, ଟମାଟୋ, ଆଳୁ, ପିଆଜ ଚାଷୀଙ୍କ ଉତ୍ପାଦକୁ ବୃଦ୍ଧି କରିବା ଆବଶ୍ୟକ ।

ଚାଷୀଙ୍କ ଚାଷର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଯୋଗାଇ ଦିଆଗଲେ, ଚାଷୀ ନିଜ ସାମଗ୍ରୀ ନଷ୍ଟ ହେବା ଆଶଙ୍କାରୁ ମୁକ୍ତି ପାଇବେ ତଥା ଶସ୍ତା ଦରରେ ସେସବୁକୁ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେବେ ନାହିଁ । ଏପରି ହେଲେ ଚାଷୀ ଧୀରେ ଧୀରେ ବର୍ଷ ତମାମ ନିଜ ଉତ୍ପାଦ ବିକ୍ରି କରିପାରିବେ ଓ ଏଥିରୁ ଭଲ ଦୁଇ ପଇସା ରୋଜଗାର କରିପାରିବେ ।

Get real time updates directly on you device, subscribe now.