fbpx

ଡିପ୍ଲୋମା ପଢିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ବାହାରିଲା ବମ୍ପର ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଏଣ୍ଟିପିସି ସେଲ ପାଓ୍ବାର କମ୍ପାନା ଲିମିଟେଡ୍(NSPCL) ନୂଆ ଦିଲ୍ଲୀ ପକ୍ଷରୁ ବାହାରିଛି ନିଯୁକ୍ତି ସୁଯୋଗ । ଡିପ୍ଲୋମା ଟ୍ରେନି ଏବଂ ଲ୍ୟାବ ଆସିଷ୍ଟାଣ୍ଡ ପଦ ପାଇଁ ଚାକିରି ବାହାରିଛି । ତେବେ ଯେଉଁମାନେ ଡିପ୍ଲୋମା କରିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅକ୍ଟୋବର 10 ରହିଛି ଶେଷ ତାରିଖ । ଇଚ୍ଛୁକ ପ୍ରାର୍ଥୀ nspcl.co.in ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ । ସମୁଦାୟ 30ଟି ପଦବୀ ପାଇଁ ନୋଟିଫିକେସନ ବାହାରିଛି । ସେଥିରୁ 24ଟି ଡିପ୍ଲୋମା ଟ୍ରେନି ଏବଂ 6ଟି ଲ୍ୟାବ ଆସିଷ୍ଟାଣ୍ଟ ରହିଛି । ଏହି ପଦବୀରେ ଆବେଦନ ପାଇଁ 300ଟଙ୍କା ଫି ଦେବାକୁ ହେବ । କିନ୍ତୁସଂରକ୍ଷିତ ବର୍ଗଙ୍କ ପାଇଁ କୌଣସି ଆବେଦନ ଫି ନାହିଁ ।

ଆବେଦନ ଶେଷ ହେବା ପରେ ଅନଲାଇନରେ ପରୀକ୍ଷା ହେବ । ଯୋଗ୍ୟତା ଅନୁସାରେ ପରୀକ୍ଷା ମଧ୍ୟ ଅଲଗା ହେବ । ଯୋଗ୍ୟତା ପରୀକ୍ଷଣରେ 50 ପ୍ରଶ୍ନ ରହିଥିବା ବେଳେ ଟେକନିକାଲ ନୋଲେଡ ଟେଷ୍ଟରେ 70ଟି ପ୍ରଶ୍ନ ରହିବ । ଏହାପରେ ଫେଜ ହିସାବରେ ସିଲେକ୍ଟ କରାଯିବ । ତେବେ ପରୀକ୍ଷା କେବେ ହେବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ । ସମୟକ୍ରମେ nspcl.co.in ଓ୍ବେବସାଇଟରେ ସବିଶେଷ ସୂଚନା ପ୍ରଦାନ କରାଯିବ ।

Get real time updates directly on you device, subscribe now.