fbpx

(Video) ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାରେ ବିଫଳ ହେବାରୁ ଛାତରୁ ଡେଇଁଲେ ଦୁଇ ବିଧାୟକ

ପୁନେ: ମହାରାଷ୍ଟ୍ରର ଉପବାଚସ୍ପତି ଡେଇଁପଡିଲେ ବିଧାନସଭାର ତୃତୀୟ ମହଲାରୁା ଶୁକ୍ରବାର ମନ୍ତ୍ରଣାଳୟର ତୃତୀୟ ମହଲାରୁ ତଳକୁ କୁଦିଗଲେ ଉପ ବାଚସ୍ପତି ନରହରି ଝିରୱଲ । ତାଙ୍କ ପଛେ ପଛେ ଡେଇଁଲେ ବିଧାୟକ ହିରାମନ ଖୋସକର । ଦୁଇ ଆଦିବାସୀ ବିଧାୟକ ରାଜ୍ୟରେ ଆରକ୍ଷଣକୁ ନେଇ ଚାଲିଥିବା ବିବାଦ ଭିତରେ ଆଜି ବିଧାନସଭାରୁ ଡେଇଁ ପଡିଛନ୍ତି ।

ନରହରି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗୋଷ୍ଠୀର । ହେଲେ ସରକାର ଧନଗର ସମାଜକୁ ଏସଟିର ମାନ୍ୟତା ଦେବାକୁ ଯାଉଥିବାରୁ ନରହରି ଏହାକୁ ବିରୋଧ କରୁଛନ୍ତି । ତେଣୁ ନିଜ ସରକାର ବିରୋଧରେ ଠିଆହୋଇଛନ୍ତି । ଏହି ପ୍ରସଙ୍ଗରେ ଆଦିବାସୀ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଭେଟିଥିଲେ । କିନ୍ତୁ ଆଲୋଚନାରୁ କୌଣସି ନିର୍ଯ୍ୟାସ ନ ବାହାରିବାରୁ ଉପ ବାଚସ୍ପତି ମନ୍ତ୍ରଣାଳୟର ତୃତୀୟ ମହଲାରୁ ତଳକୁ ଡେଇଁପଡିଲେ । ତାଙ୍କ ପଛେ ପଛେ ଖୋସକର ବି ଡେଇଁ ପଡିଥିଲେ ।

ତେବେ ଉଭୟ ନେତାଙ୍କ ଜୀବନ ବଞ୍ଚି ଯାଇଛି । କାରଣ ତଳେ ଜାଲି ବନ୍ଧା ଯାଇଥିଲା । ତେଣୁ ଉଭୟ ଜାଲରେ ଅଟକି ଯାଇଛନ୍ତି । ପୋଲିସ ଉଭୟଙ୍କୁ ସୁରକ୍ଷିତ ଜାଲରୁ ବାହାର କରିବାରେ ସକ୍ଷମ ହୋଇଛନ୍ତି । ତେବେ ଉଚ୍ଚତାରୁ ପଡିବା ପରେ ନରହରିଙ୍କ ବେକରେ ଆଘାତ ଲାଗିଛି । ତାଙ୍କ ରକ୍ତଚାପ ବୃଦ୍ଧିପାଇଛି । ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଟିମ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି । ଏହା ପରେ ଉଭୟ ନେତାଙ୍କ ନାଁ ନେଇ ନାରାବାଜି ଆରମ୍ଭ ହୋଇଯାଇଥିଲା ।

Get real time updates directly on you device, subscribe now.