fbpx

ଏହି ତାରିଖରୁ ପୁରୀରେ ଚାଲିବ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି, ସମସ୍ୟା ଥିଲେ ଏହି ନମ୍ବରକୁ କରନ୍ତୁ କଲ୍

ପୁରୀ(ଭାସ୍କର ନ୍ୟୁଜ) : ଅଗ୍ନିପଥ ଯୋଜନାରେ ସେନା ରେ ନିଯୁକ୍ତି ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ପୁରୀ, କଟକ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ର ନିଯୁକ୍ତି ଆଶାୟୀ ଆବେଦନକାରୀଙ୍କ ସର୍ଟ ଲିଷ୍ଟ କରାଯାଇଛି ।

ପୂର୍ବରୁ ଅନଲାଇନ କମନ ଏଣ୍ଟ୍ରାନ୍ସ ପରୀକ୍ଷା ବା ସିଇଇ ମାଧ୍ୟମରେ ଶାରୀରିକ ଫିଟନେସ ଟେଷ୍ଟ ଓ ମେଡ଼ିକାଲ ଯାଞ୍ଚ କରାଯିବ । ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ପ୍ରଦତ୍ତ ଇମେଲ ଆଇଡିରେ ଆଡମିଟ କାର୍ଡ ପ୍ରେରଣ କରାଯାଇଛି । ପରୀକ୍ଷାର୍ଥୀ ଆର୍ମି ୱେବ୍ସାଇଟ୍ ଡବ୍ଲ୍ୟଡବ୍ଲ୍ୟୁଡବ୍ଲୁୃ୍ୟ.ଜଏନଇଣ୍ଡିଆନଆର୍ମି.ଏନ୍ଆଇସି.ଇନ୍ରେ ନିଜ ପ୍ରୋଫାଇଲରେ ଲଗ ଇନ କରି ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ ।

କୌଣସି ସମସ୍ୟା ପାଇଁ ପ୍ରାର୍ଥୀ କଟକ ଏଆରଓ ଙ୍କୁ (୯୪୩୭୧୬୨୨୮୦) (୦୬୭୧- ୨୩୦୫୨୮୦) ନମ୍ବର ରେ ଯୋଗାଯୋଗ କରି ପାରିବେ । ସେନାରେ ନିଯୁକ୍ତ ଦକ୍ଷତା, ଯୋଗ୍ୟତା ଆଧାର ରେ ସମ୍ପୂର୍ଣ୍ଣ ସ୍ୱଛତାରେ କରାଯାଏ ।

ଏଥିରେ କୌଣସି ଦଲାଲ ବା ଠକମାନଙ୍କ ପ୍ରଲୋଭନ ରେ ନ ପଡିବା ପ୍ରାର୍ଥୀ ମାନଙ୍କୁ ଆର୍ମି ପକ୍ଷରୁ ସଚେତନ କରାଯାଇଛି । ଅପରପକ୍ଷରେ ଏହି ଦଲାଲ ମାନ ଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.