fbpx

ହୁସିଆର! ବୈଜ୍ଞାନିକଙ୍କୁ ହାଉସ ଆରେଷ୍ଟରେ ୭୨ ଘଣ୍ଟା ରଖିଲେ ସାଇବର ଠକ, ଲୁଟିନେଲେ ସବୁକିଛି..

ନୂଆଦିଲ୍ଲୀ: ସାଇବରଠକଙ୍କ ସଂଖ୍ୟା ସାରା ଦୁନିଆରେ ବଢିବାରେ ଲାଗିଛି। ଇନ୍ଦୋରର ଜଣେ ବୈଜ୍ଞାନିକ ଏବଂ ତାଙ୍କ ସ୍ତ୍ରୀଙ୍କୁ ୭୨ ଘଣ୍ଟା ଅର୍ଥାତ ୬ଦିନ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ କରି ରଖିଥିଲେ। ଏହାରି ମଧ୍ୟରେ ଠକମାନେ ବୈଜ୍ଞାନିକଙ୍କଠାରୁ ୭୧.୩୩ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମାମଲାକୁ ଗୋପନୀୟ ରଖିବାର ଭୟ ଦେଖାଇ ଠକମାନେ କହିଥିଲେ ଯେ, ଆପଣ ଫସିଛନ୍ତି ଏବଂ ଏଥିରେ ପୋଲିସ ଓ ବ୍ୟାଙ୍କ କର୍ମଚାରୀମାନେ ବି ସାମିଲ ଅଛନ୍ତି, ଏଥିପାଇଁ ଆପଣ କାହାକୁ କିଛି ଜଣାଅ ନାହିଁ।

ଟ୍ରାଇ ଅଫିସର ହୋଇ ଠକ ବୈଜ୍ଞାନିକଙ୍କୁ କହିଥିଲେ ଯେ, ଦିଲ୍ଲୀରୁ ସେ ଏକ ସିମକାର୍ଡ ଜାରି ହୋଇଛି, ଯେଉଁଥିରେ ବେଆଇନ ବିଜ୍ଞାପନ ଏବଂ ମହିଳା ନିର୍ଯାତନା ସମ୍ବନ୍ଧୀୟ ଏସଏମଏସ ପଠାଯାଉଛି। ଏହାପରେ ବୈଜ୍ଞାନିକ ତାଙ୍କୁ କହିଥିଲେ ଯେ, ନା ମୁଁ କୌଣସି ସିମକାର୍ଡ ଆଣିନାହିଁ। ହୋଇପାରେ ତାଙ୍କ ଆଧାରକାର୍ଡର ଦୁଃବ୍ୟବହାର ହୋଇଛି। ଏହାପରେ ମୋବାଇଲ ନମ୍‌ବର ..ରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଅଧିକାରୀ ହୋଇ ଅନ୍ୟ ଠକ ତାଙ୍କୁ ଡରାଇଥିଲେ। ସେ କହିଥିଲେ ଯେ, ଯେଉଁ ନମ୍ବରରେ ମେସେଜ ପଠାଯାଇଛି, ସେହି ନମ୍ବରରେ ମନି ଲଣ୍ଡରିଂ ଏବଂ ହ୍ୟୁମ୍ୟାନ ଟ୍ରାଫିକିଙ୍ଗରେ ଉପଯୋଗ ହୋଇଛି। ଏହାର ମାମଲା ରୁଜୁ ହୋଇଛି ଏବଂ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ଜାରି ହୋଇଛି।

ଟ୍ରାଇ ଅଫିସର ଅଧିକାରୀ ରାକେଶ କୁମାର ହୋଇ ଆରେଷ୍ଟ ୱାରେଣ୍ଟ ମଧ୍ୟ ହ୍ୱାଟ୍ସଆପରେ ପଠାଇଛନ୍ତି। ପୁଣି ଡରାଇ କହିଥିଲେ ଯେ,ଏହି କେସରେ ୩୦୦ ଲୋକ ସାମିଲ ଅଛନ୍ତି, ଆପଣଙ୍କ ଗିରଫ ଏଥିପାଇଁ ହୋଇନାହିଁ କାରଣ ଆପଣ ସରକାରୀ କର୍ମଚାରୀ ଅଟନ୍ତି। ଆଗାମୀ ଦିନ ସକାଳ ୧୦ଟାରେ ପୁଣି ୨ ଘନ୍ଟା ଇଣ୍ଟରନେଟ କଲିଂ ଏବଂ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ପଚରାଉଚରା କରିଥିଲେ। କହିଥିଲେ ଯେ, ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣ ସର୍ଭିଲାନ୍ସରୁ ହଟିବେ ନାହିଁ କାରଣ ୧୭ ଜଣ ଶିଶୁଙ୍କ ଜୀବନର ପ୍ରଶ୍ନ ଅଟେ।

ଏହାପରେ ଠକମାନେ କହିଥିଲେ ଯେ, ଆପଣ ଯେଉଁ ମାମଲାରେ ଫଶିଛନ୍ତି ସେଥିରେ ବ୍ୟାଙ୍କର କିଛି ମ୍ୟାନେଜର ଏବଂ ପୋଲିସ ମଧ୍ୟ ସାମିଲ ।ଛନ୍ତି। ଏହାପରେ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ମାଗିଥିଲେ। ଏଥିରେ ଜମା ହୋଇଥିବା ଟଙ୍କା, ମ୍ୟୁଚୁଆଲ ଫଣ୍ଡ ବିଷୟରେ ପଚାରିଥିଲେ। ଏହାପରେ ଆରବିଆଇ ଅଧିକାରୀ ହୋଇ ୭୧ ଲକ୍ଷ ୩୩ ହଜାର ୭୫ ଟଙ୍କା ୨୩ଟି ଭିନ୍ନ ଭିନ୍ନ ଆକାଉଣ୍ଟକୁ ପଠାଇବା ପାଇଁ କହିଥିଲେ। ଏହାପରେ ପାଖ ଥାନାକୁ ଯାଇ କ୍ଲିୟରାନ୍ସ ଆଣିବାକୁ କହିଥିଲେ, ଏହି ଟଙ୍କା ପରେ ମିଳିଯିବ ବୋଲି କହିଥିଲେ। ଏହାପରେ ଯେତେବେଳେ ବୈଜ୍ଞାନିକ ନିକଟସ୍ଥ ଥାନାକୁ ଯାଇଥିଲେ, ପୋଲିସ କହିଥିଲେ ଯେ; ତାଙ୍କ ସହ ଠକେଇ ହୋଇଛି। କ୍ରାଇମବ୍ରାଞ୍ଚ ବିଏନଏସର ଧାରା ୩୦୮(୨) ୩୧୮(୪), ୩ (୫)ରେ ମମଲା ରୁଜୁ କରି ତଦନ୍ତ ଚଳାଇଛି।

Get real time updates directly on you device, subscribe now.