fbpx

ଚାକିରି କରିବା ସହିତ ଘର ସମ୍ଭାଳିବା ହେଉଛି କି କଷ୍ଟ ? ତେବେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ସବୁ ଜିନିଷ ମହଙ୍ଗା ହୋଇଚାଲିଛି। ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର।

ବେଳେବେଳେ ବସ୍ ଏବଂ ଟିମ୍ ସହିତ ପରିଚାଳନାରେ ଅସୁବିଧା ହେଉଥିବା ବେଳେ କେତେବେଳେ ଘରେ ମଧ୍ୟ କିଛି ସମସ୍ୟା ଦେଖାଦିଏ। ଏଭଳି ପରିସ୍ଥିତିରେ କେତେବେଳେ ଘରର ଚାପ ଅଫିସ୍ କାର୍ଯ୍ୟ ଉପରେ ପ୍ରଭାବ ପକାଇବା ଆରମ୍ଭ କରେ ତ ପୁଣି କେତେବେଳେ ଅଫିସ୍‌ର ଚାପ ଘର ଉପରେ ପଡେ।

ଯଦି ଆପଣ ବି ଉଭୟ ଘର ଓ ଅଫିସ୍‌କୁ ସମ୍ଭାଳୁଛନ୍ତି ଆଉ ଆପଣଙ୍କ ପାଇଁ ଏସବୁକୁ ଠିକ୍ ଭାବେ ପରିଚାଳନା କରିବା କଷ୍ଟକର ହେଉନ୍ତି, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଆବଶ୍ୟକ। ଚେଷ୍ଟା କରନ୍ତୁ ଯେପରି ଘରର ଚାପ ଅଫିସ୍‌ରେ ଆପଣଙ୍କ କାମ ଉପରେ କୌଅସି ପ୍ରଭାବ ନ ପକାଉ ଏବଂ ସେହିପରି ଅଫିସ୍‌ର ଚାପର ଚାପ ମଧ୍ୟ ଆପଣ ଘରେ ନ ପଡୁ ଯାହା ପରିବାରରେ ବିଶୃଙ୍ଖଳା ଆଣିବ। ଏଠାରେ ଆପଣଙ୍କ ପାଇଁ କିଛି ଟିପ୍ସ ଦିଆଗଲା, ଏହାକୁ ଜାଣନ୍ତୁ ଏବଂ ନିଜ ଜୀବନରେ ବ୍ୟବହାର କରି ସହଜରେ ଆପଣଙ୍କ ୱ୍ୱାର୍କ-ଲାଇଫ ଷ୍ଟ୍ରେସ୍‌କୁ ପରିଚାଳନା କରନ୍ତୁ।

ନିଜ ପାଇଁ ସମୟ:
ଅଫିସ୍ ଏବଂ ଘର ସହିତ ନିଜକୁ ମଧ୍ୟ ସମୟ ଦେବା ଆବଶ୍ୟକ। ଏନେଇ କିଛି ବି ଅଭ୍ୟାସ ଯେପରିକି ଲେଖାଲେଖି, ଚିତ୍ର ଆଙ୍କିବା, ବହି ପଢିବାକୁ ନିଜ ଜୀବନରେ ଆପଣାନ୍ତୁ। ଏହା ଆପଣଙ୍କ ମନକୁ ସକ୍ରିୟ ରଖିବ ଏବଂ ମନୋବଳ ମଧ୍ୟ ସତେଜ ହେବ। ସକାଳ ହେଉ କି ସନ୍ଧ୍ୟାରେ, ଯେତେବେଳେ ସମୟ ହେଉଛି ଘଣ୍ଟାଏ ହେଉ କି ଅଧା ଘଣ୍ଟା ଏପଟ ସେପଟ ହେବା ବା ଚଳାଚଲି କରିବାର ଅଭ୍ୟାସ କରନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ଏବଂ ଆପଣଙ୍କୁ ଫିଟ୍ ରଖିବ।

କାମର ତାଲିକା ପ୍ରସ୍ତୁତ କରିବା:
ଉଭୟ ଘର ଏବଂ ଅଫିସ୍ ପାଇଁ କାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଖୁବ ଭଲ ହେବ ଯେ ଆପଣ ରାତିରେ ଶୋଇବା ପୂର୍ବରୁ କିମ୍ବା ସକାଳୁ ଉଠିବା ମାତ୍ରେ ଉଭୟ ସ୍ଥାନର କାର୍ଯ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଦ୍ୱାରା ଆପଣଙ୍କର ଏକ ଧାରଣା ଆସିଯିବ ଯେ କେଉଁ କାମକୁ ପ୍ରାଥମିକତା ଦେବେ ଏବଂ କେତେବେଳେ କରିବେ। ଏପରି ହେଲେ ଆପଣ କୌଣସି କାମକୁ ଭୁଲିଯିବେ ନାହିଁ।

ଗୁଣବତ୍ତା ଉପରେ ଧ୍ୟାନ:
କିଛି ଲୋକ ମଲ୍ଟିଟାସ୍କିଂରେ ଦକ୍ଷ ଥାଆନ୍ତି ଏବଂ ଆଉ କିଛି ଲୋକ ଏକାସାଙ୍ଗରେ ସମୁ କାମ କରିବାକୁ ଚେଷ୍ଟା ଜାରି ରଖନ୍ତି। ଯଦି ଆପଣ ମଲ୍ଟିଟାସ୍କିଂ ହୋଇ ପାରୁନାହାଁନ୍ତି, ତେବେ ଗୋଟିଏ ଥରରେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦିଅନ୍ତୁ। ଏହା କାମର ଗୁଣରେ ଉନ୍ନତି ଆଣିବ। ଆପଣ ଗୋଟିଏ ଥରରେ ଯେତିକି କରି ପାରୁଛନ୍ତି ସେତିକି କରନ୍ତୁ। ଏହା ଚାପ ହ୍ରାସ କରିବାରେ ସାହାଯ୍ୟ କରିବ।

Get real time updates directly on you device, subscribe now.