fbpx

କାର୍ ଦୁର୍ଘଟଣାର ନୋ ଟେନସନ୍! AIରେ ଚାଲିବ କାର୍, ଆରାମ୍ କରିବେ ଯାତ୍ରୀ

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ବ୍ୟକ୍ତିମାନଙ୍କ ଜୀବନଶୈଳୀ ମଧ୍ୟ ଦିନକୁ ଦିନ ଆରାମ ହେବାରେ ଲାଗିଛି । ଏଣିକି ବ୍ୟକ୍ତିଙ୍କୁ ଆଉ କାର୍ ଚଲାଇବାକୁ ପଡିବନି । ହୋଣ୍ଡା ଆଣିବାକୁ ଯାଉଛି ନୂଆ ଇଲେକ୍ଟ୍ରିକ କାର୍ । ଜାପାନିଜ କାର ଉତ୍ପାଦନକାରୀ କମ୍ପାନୀ ଏଭଳି କାର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେଲାଭଳି ଲାଗୁଛି । ଏହାର କନସେପ୍ଟ ମଡେଲକୁ ଦେଖାଇ ସାରିଛି କମ୍ପାନୀ । ତେବେ କାରଟି ଅଧିକ ଭାରି ରହିଥିବା ଅନୁମାନ କରାଯାଉଛି ।

ହୋଣ୍ଡା ଏହାର ବ୍ରାଣ୍ଡର ଏକ ଭିଡିଓ ସେୟାର କରି ଏହାର ଗ୍ଲୋବାଲ୍ ଇଭି ପୋର୍ଟଫୋଲିଓ ବର୍ଣ୍ଣନା କରିଛି । ଏହି ଭିଡିଓରେ ଅଟୋମେକର୍ କହିଛନ୍ତି ଯେ, ଆମେ ଇଲେକ୍ଟ୍ରିକ୍ କାର୍ ତିଆରି କରିବାରେ ତିନୋଟି ଜିନିଷ ଉପରେ ଧ୍ୟାନ ଦେଇଛୁ – ପତଳା, ହାଲୁକା ଏବଂ ଜ୍ଞାନୀ । କମ୍ପାନୀ ଏହାର ବୈଦ୍ୟୁତିକ କାରର ନାମ ହୋଣ୍ଡା 0 ରଖିଛି । ହୋଣ୍ଡା ଚଳିତ ବର୍ଷ ଆରମ୍ଭରେ ଗ୍ରାହକ ଇଲେକ୍ଟ୍ରୋନିକ୍ସ ଶୋ 2024 (CES 2024) ରେ ଏହି ଇଭିର ମଡେଲ୍ ଉପସ୍ଥାପନ କରିଥିଲା । ତେବେ ଆଗାମୀ ଦିନରେ ଏହା ଗ୍ରାହକଙ୍କର ପସନ୍ଦ ହୋଇପାରିଛି । ଯଦି ଏହି କାରର ଖାସିୟତ ବିଷୟରେ ଦେଖିବା ତାହେଲେ ଏଥିରେ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଯାଉଛି । ଯାହାକି ୟୁଜର ଏକ୍ସପେରିୟନ୍ସକୁ ବଢାଇବା ନେଇ ଅନୁମାନ କରାଯାଉଛି । ତେବେ ଏହି କାର୍ 2026ରେ ମାର୍କେଟକୁ ଆସିବା ନେଇ ଅନୁମାନ କରାଯାଉଛି । ଏହି କାରର୍ ଲଗୋ H ରଖାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ଦାମ୍ ନେଇ କୌଣସି ଖୁଲାସା କରାଯାଇ ନାହିଁ ।

Get real time updates directly on you device, subscribe now.