fbpx

ହରିୟାଣାରେ କିଏ ହେବ ମୁଖ୍ୟମନ୍ତ୍ରୀ? କଂଗ୍ରେସ ନେତାମାନେ କଲେ ଏହି ଦାବି

ନୂଆଦିଲ୍ଲୀ: ହରିୟାଣାର ୯୦ ବିଧାନସଭା ସିଟ ପାଇଁ ମତଦାନ ଆରମ୍ଭ ହୋଇାସାରିଛି। ରାଜ୍ୟରେ କିଏ ସରକାର ହେବ, ଏହାକୁ ନେଇ ଏକଜିଟ ପୋଲ ମଧ୍ୟ ଆସିସାରିଛି। ହାରାହାରି ସମସ୍ତ ଏକଜିଟ ପୋଲରେ କଂଗ୍ରେସ ଆଗରେ ଅଛି ବୋଲି କୁହାଯାଉଛି। ଏହି ଏକଜିଟ ପୋଲରେ କଂଗ୍ରେସର ଇଣ୍ଡିଆ ମେଣ୍ଟକୁ ୯୦ରୁ ୫୯ ସିଟ ଏବଂ ବିଜେପିର ଏନଡିଏ ମେଣ୍ଟକୁ ୨୧ ସିଟ ମିଳିବାର ଅନୁମାନ କରାଯାଇଛି।

ଭୂପିନ୍ଦର ସିଂହ ହୁଡ୍ଡା: ଏହି ତାଲିକାରେ ବିରୋଧୀ ନେତା ଭୂପିନ୍ଦର ସିଂହ ହୁଡ୍ଡା ଅଟନ୍ତି। ସେ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେଇଛନ୍ତି। ଏହା ବ୍ୟତୀତ ସେ ୨୦୦୫ ରୁ ୨୦୧୪ ପର୍ଯ୍ୟନ୍ତ ଦୁଇ ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦର ଦାବି କରି ସେ କହିଥିଲେ ଯେ, ମୁଁ ବର୍ତ୍ତମାନ ଅବସର ନେଇନି। ରାଜ୍ୟରେ କଂଗ୍ରେସ ହିଁ ସରକାର ଗଠନ କରିବ। ଏହା ବ୍ୟତୀତ ଏହି ପାର୍ଟୀର ହାଇ କମାଣ୍ଡ ହିଁ ନିଷ୍ପତ୍ତି ନେବେ କିଏ ହେବ ମୁଖ୍ୟମନ୍ତ୍ରୀ।

କୁମାରୀ ସେଲଜା: ଏହି ଦୌଡରେ ଅନ୍ୟ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ସିର୍ସାର ସାଂସଦ କୁମାରୀ ସେଲଜାଙ୍କର ଅଟେ। ଜଣେ ପ୍ରମୁଖ ନେତା ସହ ତାଙ୍କର ଗାନ୍ଧୀ ପରିବାରର ସହ ଭଲ ସଂପର୍କ ରହିଛି। ସେ ଦାବି କରି କହିଛନ୍ତି ଯେ, କଂଗ୍ରେସ ମୋର ଅନୁଭବ ଏବଂ ପାର୍ଟୀ ପ୍ରତି ମୋର ନିଷ୍ଠାପରତାକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ। ମୁଁ କଂଗ୍ରେସର ବିଶ୍ୱସ୍ତ ସିପାହୀ ଏବଂ ସର୍ବଦା ରହିବି। ସମସ୍ତେ ଜାଣିଛନ୍ତି ଯେ, କଂଗ୍ରେସରେ ମୁଖ୍ୟମନ୍ତ୍ରୀକୁ ନେଇ ନିଷ୍ପତ୍ତି ପାର୍ଟୀର ହାଇ କମାଣ୍ଡ କରିବେ।

ଦୀପେନ୍ଦ୍ର ହୁଡ୍ଡା: ଏହା ଚର୍ଚ୍ଚାରେ ରହିଛି ଯେ, ଯଦି ଭୂପେନ୍ଦ୍ର ସିଂହ ହୁଡ୍ଡା ମୁଖ୍ୟମନ୍ତ୍ରୀ ପଦର ଦୌଡରେ ବାହାରୁଛନ୍ତି ତେବେ ପୁଅ ଦୀପେନ୍ଦ୍ର ହୁଡ୍ଡାଙ୍କ ନାମ ମଧ୍ୟ ଆଗକୁ ଆସିପାରେ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେ କହିଥିଲେ ଯେ, କୁମାରୀ ସେଲଜା ଯାହା କହିଥିଲେ କିଛି ଖରାପ କହିନଥିଲେ। ଏଥିପାଇଁ କଂଗ୍ରେସରେ ଏକ ପ୍ରକିୟା ରହିଛି। ପାର୍ଟୀ ପାଇଂ ପ୬ଥମ ପ୍ରାଥମିକତା ବହୁମତ ହାସଲ କରିବା ଏବଂ ସରକାର ଗଠନ କରିବା। ମୁଖ୍ୟମନ୍ତ୍ରୀ ନାମକୁ ନେଇ ଦଳ ହାଇକମାଣ୍ଡ ସ୍ତରରେ ଏକ ବୈଠକ ହୋଇଥାଏ। ଏଥିରେ ନିର୍ବାଚିତ ବିଧାୟକଙ୍କଠାରୁ ପରାମର୍ଶ ନିଆଯାଇଥାଏ ଏବଂ ଶେଷ ନିଷ୍ପତ୍ତି ପାର୍ଟୀର ହାଇକମାଣ୍ଡ ଦ୍ୱାରା ନିଆଯାଇଥାଏ।

ରଣଦୀପ ସିଂହ ସୁରଜେୱାଲା: ରଣଦୀପ ସିଂହ ସୁରଜେୱାଲା ନାମରେ ମଧ୍ୟ ଅନେକ ଚର୍ଚ୍ଚା ଜୋର ଧରିଛି। ନିଜ ଗୃହ କ୍ଷେତ୍ର କୈଥଲରେ ନିଜ ଭୋଟ ଦେବା ପରେ ରାଜ୍ୟସଭା ସାଂସଦ ଏବଂ ଏଆଇସିସି ମହାସଚିବ ରଣଦୀପ ସିଂହ ସୁରଜେୱାଲା କହିଥିଲେ ଯେ, ସିଏମ ହେବାକୁ ଆଶା ରଖିବା ଖରାପ ନୁହେଁ। ଆମେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସ୍ୱୀକାର କରିବୁ। ଏଥିସହ ଉଦୟ ଭାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା କରାଯାଉଛି।

Get real time updates directly on you device, subscribe now.