fbpx

(Video) ଆମ ଦେଶ challengesରେ ନୁହେଁ, chu**yo ଙ୍କୁ ନେଇ ଭର୍ତ୍ତି!

ଭାରତୀୟ ରେଳ ଦେଶରେ ଯାତାୟାତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଛି । ଯାତ୍ରୀଙ୍କ ସୁରକ୍ଷା ରେଳବାଇର ପ୍ରମୁଖ ଦାୟିତ୍ୱ । କେଉଁଠି ରେଳ ଦୁର୍ଘଟଣାର ଶିକାର ହେଲେ ସାଧାରଣ ଜନତା ଉଠାଏ ପ୍ରଶ୍ନ । କିନ୍ତୁ ଦେଶର ପ୍ରଗତିର ଅନ୍ୟତମ ଚକ ହୋଇଥିବା ରେଳର କେହି କ୍ଷତି କଲେ ତାକୁ ନେଇ ସମସ୍ତେ ନିରବ । ଯାହାକୁ ନେଇ ଏକ୍ସ ହ୍ୟାଣ୍ଡେଲରେ ଟ୍ରେନ୍ସ ଅଫ ଇଣ୍ଡିଆ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି ।

ଭିଡିଓରେ ଜଣେ ବ୍ୟକ୍ତି ଏକ ମୋଟା ବାଉଁଶ ଧରି ଟ୍ରେନର ଏସି ବଗିର ଗ୍ଲାସକୁ ଛେଚି ଛେପି ଭାଙ୍ଗିବାକୁ ଚେଷ୍ଟା କରୁଛି । ପ୍ରାୟ ୮-୧୦ଟି ଗ୍ଲାସ ଉପରେ ସେ ଭୀଷଣ ଆଘାତ କରୁଥିବା ଦେଖିବାକୁ ମିଳିଛି । ସେ ବାଉଁଶରେ ଗ୍ଲାସକୁ ପିଟି ଚାଲିଛି, ହେଲେ ତାକୁ କେହି ବି ଜଣେ ଅଟକାଉ ନାହାନ୍ତି । ଯାତ୍ରୀଙ୍କ ସହ କୁଲି, ଯିଏ ସେହି ବାଟ ଦେଇ ଯାଉଛି, ସେହି ଲୋକର ଏପରି ଉଦ୍ଭଟ କାମକୁ ଦେଖିଦେଖି ନିଜ ନିଜ ବାଟରେ ଚାଲିଯାଉଛନ୍ତି । ନା ବାହାରୁ କେହି ସେହି ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି, ନାହିଁ ଟ୍ରେନ ଭିତରେ ଥିବା ଯାତ୍ରୀ ।

ପ୍ରାୟ ୫୯ ସେକେଣ୍ଡର ଭିଡିଓଟିକୁ ଟ୍ରେନ୍ସ ଅଫ ଇଣ୍ଡିଆ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓ ଉପରେ ଉଲ୍ଲେଖ ରହିଛି- ହମାରା ଦେଶ ଚୁନୋତିୟୋଁସେ ନେହି, ଚୁ… ସେ ପରେସାନ ହୈ । ଏହି ଭିଡିଓକୁ ବହୁ ଲୋକ ମଧ୍ୟ ସେୟାର କରିଛନ୍ତି ନିଜ ଆକାଉଣ୍ଟରେ । ଏଥିସହ ଟ୍ରେନ୍ସ ଅଫ ଇଣ୍ଡିଆର ପୋଷ୍ଟ ତଳେ ୟୁଜର୍ସଙ୍କ ବହୁ ମତାମତ ରହିଛି । ସମସ୍ତେ ଲୋକଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ କରିଛନ୍ତି । ଜଣେ ଦେଶର ସମ୍ପତ୍ତି ନଷ୍ଟ କରୁଥିବା ବେଳେ ଭିଡିଓ କରୁଥିବା ଲୋକକୁ ମଧ୍ୟ ପ୍ରଶ୍ନ କରିଛନ୍ତି ।

ତେବେ ଏହି ଭିଡିଓ କେଉଁଷ୍ଟେସନରୁ ସୁଟ ହୋଇଛି, କିଏ, କାହିଁକି ଓ କେଉଁ ଟ୍ରେନ କାଚ ଭାଙ୍ଗୁଛି, ତାହାର ପୁଷ୍ଟି ହୋଇନାହିଁ ଏହି ପୋଷ୍ଟରେ ।

Get real time updates directly on you device, subscribe now.