fbpx

କ୍ରିକେଟ ପଡ଼ିଆରେ ବଡ଼ ଅଘଟଣ: ଖେଳୁଥିବା ସମୟରେ ବେହୋସ୍ ହୋଇଗଲେ ଯୁବକ, କ୍ଷଣିକ ମଧ୍ୟରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: କ୍ରୀଡ଼ାକୁ ମନୋରଞ୍ଜନର ଏକ ମାଧ୍ୟମ ବୋଲି ଆମେ ସମସ୍ତେ ଗ୍ରହଣ କରିନେଇଥିବା ବେଳେ ଅନେକ ସମୟରେ ମଧ୍ୟ ଏହି କ୍ଷେତ୍ରରେ ଅଘଟଣ ଘଟିଥାଏ । ବିଶେଷ କରି କ୍ରିକେଟ ଖେଳୁଥିବା ସମୟରେ ଅନେକ ଖେଳାଳିଙ୍କ ପ୍ରାଣହାନୀ ଘଟିଥିବା ନେଇ ପୂର୍ବରୁ ବହୁ ଉଦାହରଣ ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । କ୍ରିକେଟ ଖେଳୁଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଖେଳୁଥିବା ସମୟରେ ଯୁବକ ଜଣଙ୍କ ଅଚାନକ ବେହୋସ୍ ହୋଇପଡ଼ିଥିଲେ । ଏହା ପରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମୁତାବକ, ମଧ୍ୟପ୍ରଦେଶର ଆଗର ମାଲୱାରେ କ୍ରିକେଟ ଖେଳୁଥିବା ସମୟରେ ଜଣେ ନାବାଳକ ଯୁବକ ବେହୋସ ହୋଇଯାଇଥିଲେ । ଏହାର କିଛି ମିନିଟ୍ ମଧ୍ୟରେ ଉକ୍ତ ୧୫ ବର୍ଷୀୟ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଯୁବକଙ୍କ ସରକାରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯୁବକଙ୍କ ମୃତ୍ୟୁ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ବିଷୟରେ ଜାଣିବା ପାଇଁ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୩୦ କିମି ଦୂର ସୁସନେର ଅଞ୍ଚଳରେ ସକାଳ ପାଖାପାକି ୯ଟା ସମୟରେ ଏହି ଅଘଟଣ ଘଟିଥିଲା । ମାଖନ ସିଂହ ନାମକ ଜଣେ ନାବାଳକ କ୍ରିକେଟ ଖେଳୁଥିବା ସମୟରେ ଅଚାନକ ବେହୋସ୍ ହୋଇପଡ଼ିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, କ୍ରିକେଟ ଖେଳିବା ସମୟରେ ମୃତ୍ୟୁ ଘଟିବା ଏହା ପ୍ରଥମ ଘଟରା ନୁର୍ହେ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ମଧ୍ୟପ୍ରଦେଶର ଗୁନା ଠାରେ ଜଣେ ଯୁବକ ଖେଳୁଥିବା ସମୟରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.