fbpx

ଚକମା ଖାଇଲା ପାକିସ୍ତାନ: ବିଶ୍ୱକପରେ ବିଜୟ ଟ୍ରାକକୁ ଫେରିଲା ହରମନ ସେନା, ମିଳିଲା ପ୍ରଥମ ବିଜୟ

ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପରେ ବିଜୟ ଟ୍ରାକକୁ ପେରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ହାତଛଡ଼ା କରିବା ପରେ ପାକିସ୍ତାନକୁ ହରାଇ ମନୋବଳ ଦୃଢ କରିଛି ଭାରତୀୟ ମହିଳା ଦଳ । ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଭେଟିଥିବା ବେଳେ ବାଜି ମାରିଛି ଟିମ ଇଣ୍ଡିଆ । ୬ ୱିକେଟରେ ପାକିସ୍ତାନକୁ ମାତ୍ ଦେଇ ବିଶ୍ୱକପର ପ୍ରଥମ ବିଜୟ ହାସଲ କରିଛି । ଶେଫାଳୀ ବର୍ମା ଏବଂ ଅଧିନାୟକ ହରମନପ୍ରୀତଙ୍‌କ ବ୍ୟାଟିଂ ବଳରେ ମିଳିଥିବା ବିଜୟ ଲକ୍ଷ୍ୟ ୧ ଓଭର ପୂର୍ବରୁ ହାସଲ କରିଛି ଭାରତ । ତେବେ ଷ୍ଟାର କ୍ରିକେଟର ଅରୁନ୍ଧତୀ ରେଡ୍ଡୀଙ୍କ ବିଜୟର ଶ୍ରେୟ ଦିଆ ଯାଇପାରେ । ପ୍ରଥମ ଇନିଂସରେ ୩ଟି ୱିକେଟ ହାସଲ କରି ପାକିସ୍ତାନକୁ ବଡ଼ ସ୍କୋର କରିବାରେ ରୋକିଥିଲେ ଅରୁନ୍ଧତୀ ।

ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୬ ରନର ଲକ୍ଷ୍ୟ ଦେଇଥିଲା ପାକିସ୍ତାନ । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ପରାଜୟର ସାମନା କରିଥିବା ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ୧୦୬ ରନର ବିଜୟ ଲକ୍ଷ୍ୟକୁ ୧ ଓଭର ବାକି ଥାଇ ହାସଲ କରିନେଇଛି ଟିମ ଇଣ୍ଡିଆ । ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି ଷ୍ଟାର ଓପନର ଶେଫାଳି ବର୍ମା । ମାତ୍ର ୭ ରନରରେ ସ୍ମୃତି ମନ୍ଧାନାଙ୍କୁ ହରାଇବା ପରେ ଶେଫାଳି ଏବଂ ଜେମିମା ପାଳି ସମ୍ଭାଳିଥିଲେ । ଭାରତ ପକ୍ଷରୁ ଶେଫାଳି ୩ଟି ଚୌକା ସହ ୩୨ ରନ୍ କରିଥିବା ବେଳେ ଜେମିମା ୨୩ ରନ୍ ସଂଗ୍ରହ କରିଛନ୍ତି । ତେବେ ଏହାପରେ ଅଧିନାୟକ ହରମନପ୍ରୀତ କୌର ୨୯ ରନର ପାଳି ଖେଳି ରିଟାୟାର୍ଡ ହର୍ଟ ହୋଇଛନ୍ତି । ତେବେ ଦୀପ୍ତି ଶର୍ମା ଏବଂ ଏସ ସାଜନା ପାଳି ଶେଷ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି ।

ପ୍ରଥମ ଇନିଂସରେ ପାକିସ୍ତାନ ବ୍ୟାଟରଙ୍କ ବିପକ୍ଷରେ ଟିମ ଇଣ୍ଡିଆ ଦମଦାର ବୋଲିଂ କରିଥିଲା । ଷ୍ଟାର ବୋଲର ଅରୁନ୍ଧତୀ ରେଡ୍ଡୀଦମଦାର ବୋଲିଂ କରି ପାକିସ୍ତାନର ୩ଟି ମହତ୍ତତ୍ତ୍ୱପୂଣ୍‌ର୍ଣ ୱିକେଟ ଅକ୍ତିଆର କରିଛନ୍ତି । ।ଏହାବ୍ୟତୀତ ଶ୍ରେୟଙ୍କା ପାଟିଲ ମଧ୍ୟ ୨ଟି ସଫଳତା ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ରେଣୁକା ସିଂହ, ଦୀପ୍ତି ଶର୍ମା ଏବଂ ଆଶା ଶେଭାନା ଗୋଟିଏ ଲେଖାଏଁ ୱିକେଟ ସହ ପାକିସ୍ତାନକୁ ୧୦୪ ରନରେ ଅଟକାଇଥିଲେ । ଭାରତୀୟ ମହିଳା ଦଳ ପାକିସ୍ତାନକୁ ହରାଇ ଚଳିତ ବିଶ୍ୱକପର ପ୍ରଥମ ବିଜୟ ହାସଲ କରିଛି ।

Get real time updates directly on you device, subscribe now.