fbpx

ଠିକାଦାରଙ୍କ ବିଲ କ୍ଲିୟର କରିବାକୁ ନିର୍ବାହୀ ଯନ୍ତ୍ରୀ ନେଉଥିଲେ ଲାଞ୍ଚ…

ସୁବର୍ଣ୍ଣପୁର: ଆଉ ଜଣେ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭିଜିଲାନ୍ସ ଜାଲରେ । ସୁବର୍ଣ୍ଣପୁରର ତେଲ ଇରିଗେସନ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ରଙ୍ଗାହାତ କାବୁ କରିନେଇଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା । ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ।

ସୋମବାର ଦିନ ତେଲ ଉଠାଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜୀତେନ୍ଦ୍ର ପାଢୀଙ୍କୁ ୪୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ଅଫିସରେ ଜଣେ ଠିକାଦାରଙ୍କଠାରୁ ଏହି ଟଙ୍କା ନେଉଥିଲେ । ଠିକାଦାର କରିଥିବା କାମର ବିଲ କ୍ଲିୟର କରିବାକୁ ନିର୍ବାହୀ ଯନ୍ତ୍ରୀ ତାଙ୍କଠାରୁ ଏହି ଟଙ୍କା ନିଜ ଅଫିସ ଚାମ୍ବରରେ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହ ସମସ୍ତ ଟଙ୍କା ଜବତ କରିଛି । ଏଥିସହ ପାଢୀଙ୍କ ବିଭିନ୍ନ ସ୍ଥାନ ଉପରେ ଭିଜେଲାନ୍ସ ଚଢାଉ ଜାରିରଖିଛି ।

ମାମଲାରେ ଭିଜିଲାନ୍ସ ସମ୍ବଲରପୁ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ପାଢୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଭିଜିଲାନ୍ସ ଚଢାଉରୁ କେତେ ସମ୍ପତ୍ତି ଜବତ ହୋଇଛି ତାହା ଜଣାପଡିବ ।

Get real time updates directly on you device, subscribe now.