fbpx

ଆଉ ଅଳ୍ପ ଦିନ, ଶେଷ ହୋଇଯିବ ବ୍ରହ୍ମାଣ୍ଡ, ପ୍ରକାଶ ପାଇଲାଣି ସଙ୍କେତ

ଓଡିଶା ଭାସ୍କର: ତୃତୀୟ ବିଶ୍ୱ ଯୁଦ୍ଧ ଆଗତ ପ୍ରାୟ । ଗୋଟିଏ ପଟେ ତିନି ବର୍ଷ ହେବ ଋଷିଆ ଓ ୟୁକ୍ରେନ ଭିତରେ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ ଇଜରାଏଲ ହମାସ ଯୁଦ୍ଧ ପରେ ପରେ ଇରାନ ଯୁଦ୍ଧକୁ ଲମ୍ଫ ଦେଇଛି । ଗୋଟିଏ ପରମାଣୁ ବୋମା ବା ମିଜାଇଲ ତୈଳ ଖାଦାନ ଉପରେ ପଡିଲେ କଣ ଯେ ହେବ ତାକୁ ନେଇ ସମସ୍ତେ ଚିନ୍ତାରେ । ବର୍ତ୍ତମାନର ସ୍ଥିତି ଦେଖି ମନେ ହେଉଛି ଭବିଷ୍ୟବକ୍ତା କରିଥିବା ଭବିଷ୍ୟତବାଣୀ ଯେମିତି ସତ ହେବାକୁ ଯାଉଛି ।

କିଛି ଦଶକ ଆଗରୁ ବାବା ବେଙ୍ଗା ନାମକ ଜଣେ ଭବିଷ୍ୟବକ୍ତା ଭବିଷ୍ୟବାଣୀ କରିଥିଲେ କି, ୨୦୨୫ରେ ବିଶ୍ୱର ସର୍ବନାଶର ଆରମ୍ଭ ହେବ । ଧୀରେ ଧୀରେ ମାନବତାର ଅନ୍ତ ଘଟିବ । ତେବେ ପୃଥିବୀ ପୃଷ୍ଠରୁ ଶେଷ ମଣିଷର ଅନ୍ତ ହେବାକୁ ୫୦୭୯ ମସିହା ହୋଇଯିବ । ବର୍ତ୍ତମାନର ସ୍ଥିତିକୁ ଦେଖି ଲାଗୁଛି ଏହି ଭବିଷ୍ୟବାଣୀର ଅୟମାରମ୍ଭ ହୋଇଯାଇଛି । କାରଣ ବାବା ବେଙ୍ଗା କହିଥିଲେ କି, ୨୦୨୫ରେ ଏମିତି ଭୟଙ୍କର ଘଟଣା ହେବ, ଯାହା ମାବନବତା ତାର ଅନ୍ତ ଆଡକୁ ଗତି କରିବ । ସେହିପରି ଅନ୍ୟ ଜଣେ ଭବିଷ୍ୟବକ୍ତା ନସ୍ତ୍ରେଦମସ କହିଥିଲେ କି, ୨୦୨୫ରେ ୟୁରୋପରେ ଏକ ଭୟଙ୍କର ସଂଘର୍ଷ ହେବ । ଯାହା ବର୍ତ୍ତମାନର ସ୍ଥିତିକୁ ଦେଖି ସତ ହେବା ପରି ମନେ ହେଉଛି । ଦୁଇ ଭବିଷ୍ୟବକ୍ତାଙ୍କ କଥା ସତ ହେଲେ, ଦୁନିଆ ଶେଷ ଆଡକୁ ଗତିକରିବ ।

ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ, ଭୂ-ରାଜନୈତିକ ପରିବର୍ତ୍ତନ ଆଦି କାରଣରୁ ପୃଥିବୀ ଉପରେ ରହିବା ଅସମ୍ଭବ ହୋଇଯିବ । ଫଳରେ ୨୧୩୦ରେ ଅଲୌକିକ ପ୍ରାଣିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପୁଣି ମାନବଙ୍କୁ ନିଜ ଅସ୍ତିତ୍ୱକୁ ବଞ୍ଚାଇବାକୁ ପୃଥିବୀ ବାହାରେ ଆଶ୍ରୟ ନେବାକୁ ପଡିବ । ଶେଷରେ ୫୦୭୯ରେ ପୃଥିବୀ ପୃଷ୍ଠରୁ ସବୁକିଛି ନଷ୍ଟ ହୋଇଯିବ ।

Get real time updates directly on you device, subscribe now.