fbpx

ଏ କେଉଁ ପ୍ରକାର ମାନସିକତା, ଭଉଣୀକୁ ବିବାହ କଲା ଭାଇ, କେବଳ ଅଳ୍ପ କିଛି….

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କୁ ପାଗଳ କରି ଟଙ୍କା । ମାତ୍ର କିଛି ଟଙ୍କା ପାଇବା ପାଇଁ ଯୁବପିଢି ନିଜର ହିତାହିତ ଜ୍ଞାନ ହରାଇ ବସୁଛନ୍ତି । କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶରୁ । ଟଙ୍କା ପାଇବା ଲୋଭରେ ଜଣେ ବ୍ୟକ୍ତି ନିଜ ଭଉଣୀକୁ ବିବାହ କରିଛନ୍ତି । ସମାଜରେ ଅର୍ଥନୈତିକ ସ୍ତରରେ ଦୁର୍ବଳ ଶ୍ରେଣୀର ଦମ୍ପତିଙ୍କୁ ମିଳୁଥିବା ସରକାରୀ ସହାୟତା ପାଇବା ପାଇଁ ସେ ଏଭଳି ଭାବେ କରିଥିବା ଜଣାପଡିଛି ।

ତେବେ ଏନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରିବା ପରେ ଧୋକା ଦେଇଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଏସଡିଏମ୍ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଏହି ଘୋଟାଲା କରିଥିଲେ । ଯେଉଁଥିରେ ବରର ବ୍ୟାଙ୍କ ଆକାଉଣ୍ଟରେ 35,000 ଟଙ୍କା, ଦମ୍ପତିଙ୍କ ପାଇଁ 10,000 ଟଙ୍କା ଜରୁରୀ ଜିନିଷ ସହିତ ବିବାହ ସମାରୋହରେ 6,000 ଟଙ୍କା ଖର୍ଚ୍ଚ ହେବାର ପ୍ରତିଶୃତି ଦିଆଯାଇଥିଲା ।

ଖବର ଅନୁଯାୟୀ, ସିକନ୍ଦରାଉରେ ରହୁଥିବା ବିବାହିତ ଦମ୍ପତି ଏହି ଯୋଜନା ଅଧୀନରେ ପୁନଋ ବିବାହ କରିଥିଲେ । ଏହା ବ୍ୟତୀତ ଭାଇ ଓ ଭଉଣୀ ପରସ୍ପରକୁ ବିବାହ କରିବାର ଏକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ସ୍ଥାନୀୟ ବାସିନ୍ଦା ଏସଡିଏମ ସହିତ ଏହି ପ୍ରସଙ୍ଗ ଉଠାଇଥିଲେ, ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କହିରଖୁଛି କି, 2023 ଡିସେମ୍ବର 15 ତାରିଖରେ ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ 217 ଯୋଡିଙ୍କ ବିବାହ କରାଯାଇଥିଲା । ତେବେ ମାତ୍ର କେଇଟା ଟଙ୍କା ପାଇଁ ଜଣେ କିଭଳି କାର୍ଯ୍ୟ କରିବାରେ ତାହା ଏଠାରେ ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.