fbpx

ହରିୟାଣା ଫଳାଫଳ ଦିଲ୍ଲୀ ନିର୍ବାଚନ ଉପରେ ପକାଇବ କି ପ୍ରଭାବ???

ଚଣ୍ଡିଗଡ: ହରିୟାଣା ମତଦାନ ଫଳାଫଳକୁ ନେଇ ଆସୁଥିବା ଏକଜିଟ ପୋଲ ରେଜଲ୍ଟ ଭୁଲ ପ୍ରମାଣିତ ହେବାକୁ ଯାଉଥିବା ବେଳେ କିନ୍ତୁ ଆପ ଖାତା ଖୋଲିପାରିବ। ପରି ମନେ ହେଉନାହିଁ । ଯାହା ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀରେ ହେବାକୁ ଯାଉଥିବା ନିର୍ବାଚନ ଉପରେ ଗଭୀର ରେଖାପତ କରିବ । ହରିୟାଣାରେ ଏକାକୀ ଲଢିବାକୁ କେଜରିୱାଲଙ୍କ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିବାକୁ ଯାଉଛି ।

ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଠନ କରିବାରେ ସଫଳ ହୋଇଥିବା ଆମ ଆଦମୀ ପାର୍ଟି ପଡୋଶୀ ହରିଆଣାରେ ବି ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିଲା । ତେଣୁ ହରିଆଣା ନିର୍ବାଚନ ପୂର୍ବରୁ କଂଗ୍ରେସ ଆପ ସହ ମେଣ୍ଟ ପାଇଁ ବନ୍ଧୁତ୍ୱର ହାତ ବଢାଇବା ବେଳେ କେଜରିୱାଲ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ଏକଲା ଚଲୋ ନୀତିରେ ହରିଆଣା ମୈଦାନରେ ନିଜ ପ୍ରାର୍ଥୀ ଦେଇଥିଲେ । କେଜରିୱାଲ ମଧ୍ୟ ଜାମିନରେ ବାହାରିବା ପରେ ସିଧା ହରିୟାଣାରେ ନିର୍ବାଚନ ପ୍ରଚାରରେ ଲାଗିଯାଇଥିଲେ ।

ହରିଆଣା ହାତେଇବାକୁ କେଜରିୱାଲ ଓ ତାଙ୍କ ଦଳ ଦମଦାର ପ୍ରଚାର କରିଥିଲା । କାରଣ ହରିଆଣା ହେଉଛି କେଜରିୱାଲଙ୍କ ଜନ୍ମମାଟି । ଏଠି କେଜରିୱାଲଙ୍କ ପତ୍ନୀ ମଧ୍ୟ ବୋହୂ ଭାବେ ମହିଳାଙ୍କ ସମର୍ଥନ ଲୋଡିଥିଲେ । ଦଳର ଆଶା ଥିଲା ଜାତୀୟ ରାଜଧାନୀରେ ଜଲୱା ଦେଖାଇଥିବା ହରିଆଣାର ପୁଅ ନିଜ ଜନ୍ମ ରାଜ୍ୟର ଜନତାଙ୍କ ମନ କିଣିପାରିବେ । ବିଜେପି ସରକାରର ୧୦ ବର୍ଷ ଶାସନ ପରେ ଲୋକଙ୍କ ଭିତରେ ଦେଖାଦେଇଥିବା ଅସନ୍ତୋଷର ଫାଇଦା ନେବେ ।

କିନ୍ତୁ ବର୍ତ୍ତମାନର ଗଣତି ଫଳାଫଳରୁ ଜଣାପଡୁଛି କି, ଆପ ଲୋକଙ୍କ ଭରସା ଜିତିବାରେ ବିଫଳ ହୋଇଛି । ତେବେ ଏହା ପ୍ରଥମ ଥର ନୁହେଁ । ୨୦୧୯ରେ ମଧ୍ୟ ଦଳ ୪୮ ସିଟରେ ନିଜ ପ୍ରାର୍ଥୀ ଓହ୍ଲାଇଥିଲା । କିନ୍ତୁ ଗୋଟିଏ ବି ଆସନ ଦଳ କବଜାକୁ ଯାଇନଥିଲା । ଚଳିତ ଥରର ଫଳାଫଳ ମଧ୍ୟ ସମାନ ହେବାକୁ ଯାଉଛି । ହେଲେ ଏହି ଫଳାଫଳ ଆସନ୍ତା ବର୍ଷ ହେବାକୁ ଯାଉଥିବା ଦିଲ୍ଲୀ ଇଲେକ୍ସନ ଉପରେ ପ୍ରଭାବ ପକାଇବ । ଦିଲ୍ଲୀରେ ବର୍ତ୍ତମାନ ଆପ ସରକାରରେ ଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଦଳର ବହୁ ନେତା ମନ୍ତ୍ରୀ ଦିଲ୍ଲୀ ମଦ ଘୋଟାଲାରେ ଛନ୍ଦି ହୋଇଯାଇଛନ୍ତି । ଏବେ ଶତେନ୍ଦ୍ର ଜୈନଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ଜାମିନରେ ବାହାରିଛନ୍ତି ।

Get real time updates directly on you device, subscribe now.