fbpx

ହରିୟାଣାରେ ବିଜେପିର ବିଜୟ, ଉପର ମୁହାଁ ଶେୟାର ବଜାର, ୫୮୪ ପଏଣ୍ଟ ବୃଦ୍ଧି ପାଇଲା ସେନସେକ୍ସ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କ୍ରମାଗତ ୩ୟ ଥର ପାଇଁ ବିଜେପି ବିଜୟୀ ହୋଇଛି । ଏନେଇ ଷ୍ଟକ୍ ଏକ୍ସଚେଞ୍ଜରେ ଖୁସିର ଲହରି ଖେଳିଯାଇଛି । ଆଜିର ଟ୍ରେଡରେ ମିଡ୍ କ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବଜାର ବନ୍ଦ ହେବା ପୂର୍ବରୁ BSE ସେନସେକ୍ସ ୫୮୪ ପଏଣ୍ଟ ବୃଦ୍ଧି ପାଇ ୮୧, ୬୩୪ ଏବଂ NSE ନିଫ୍ଟି ୨୪୦ ପଏଣ୍ଟ ବୃଦ୍ଧି ପାଇ ୨୫, ୦୧୩ରେ ସ୍ଥିର ରହିଛି ।

ଆଜିର ଟ୍ରେଡରେ ମିଡକ୍ୟାପ୍ ଷ୍ଟକ୍ସରେ ବଡ଼ କ୍ରୟ ଦେଖିବାକୁ ମିଳିଥିଲା । ନିଫ୍ଟିର ମିଡକ୍ୟାପ୍ ଇଣ୍ଡେକ୍ସ ୧୨୩୫ ପଏଣ୍ଟ ବୃଦ୍ଧି ସହ ୫୮, ୫୩୫ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ସ୍ମଲକ୍ୟାପ୍ ଇଣ୍ଡେକ୍ସ ୩୭୪ ପଏଣ୍ଟ ବା ୨.୦୫% ବୃଦ୍ଧି ସହ ୧୮, ୬୧୭ ପଏଣ୍ଟରେ ବନ୍ଦ ହୋଇଥିଲା । ବ୍ୟାଙ୍କି, ଅଟୋ, ଆଇଟି, ଫାର୍ମା ଏଫଏସିଜି, ରିୟଲ ଇଷ୍ଟେଟ, ଏନର୍ଜି ଇନଫ୍ରା, କନଜ୍ୟୁମର ଡ୍ୟୁରେବଲ୍ସ,ହେଲଥ କେୟାର ଏବଂ ତୈଳ ଓ ଗ୍ୟାସ୍ ସେକ୍ଟରରେ ବଜାର ବିପୁଳ ଲାଭ ସହ ବନ୍ଦ ହୋଇଥିଲା । କେବଳ ମେଟାଲ୍ସ ସେକ୍ଟର ଶେୟାରରେ ହ୍ରାସ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.