fbpx

ସରକାର କହିଲେ ରଙ୍ଗ ବଦଳାଅ, ବିଜେଡି ପଚାରୁଛି କଣ ଚରିତ୍ର ବଦଳିବ?

ଭୁବନେଶ୍ୱର: ରାଜ୍ୟରେ ଜୋରଧରିଲା ରଙ୍ଗ ରାଜନୀତି । ବିଜେପି ସରକାରର ନାଲି ବା ନାରଙ୍ଗି ବର୍ଣ୍ଣିକରଣକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କୋଠାର ରଙ୍ଗ ବଦଳାଇବା ନିର୍ଦ୍ଦେଶ ଉପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । ରାଜ୍ୟ ସରକାର ଗତକାଲି ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତକାଲିର ନିର୍ଦ୍ଦେଶ ଉପରେ ଆଜି ବିଜେଡି ପକ୍ଷରୁ ସମାଲୋଚନା କରାଯାଇଛି ।ସେପଟେ କଂଗ୍ରେସ କହିଛି ବିଜେଡି ସବୁଜ ବୋଳି ୨୪ ବର୍ଷରେ ଗଲା, ବିଜେପି ୫ ବର୍ଷରେ ଯିବ । ଏହାକୁ ନେଇ ବିଜେପି ନେତା ତଥା ପୂର୍ତ୍ତବିଭାଗ ମନ୍ତ୍ରୀ ବିଜେଡିକୁ କରିଛନ୍ତି ପାଲଟା ପ୍ରଶ୍ନ । ଯାହାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି ।

ବିଜେପିର ନାରଙ୍ଗୀ କରିବାକୁ ନେଇ ବିଜେଡି ବିଧାୟକ କହିଛନ୍ତି, ରଙ୍ଗ ବଦଳେଇ ଦେଲେ ଚରିତ୍ର ବଦଳି ଯାଏନି । ରଙ୍ଗ ବଦଳାଇବା ବଦଳରେ ସରକାର ସୁଶାସନ ଦେବା ଦିଗରେ କାମ କରିବାର ଆବଶ୍ୟକତା ରହିଛି । ସରକାରଙ୍କୁ ବିଭିନ୍ନ ବିଭାଗର କାମର ସୁପରିଚାଳନା ଦିଗରେ ଧ୍ୟାନ ଦେବା ଦରକାର । ରଙ୍ଗ ବଦଳେଇଲେ ଲୋକଙ୍କର କୌଣସି ଫାଇଦା ହେବ ନାହିଁ । ରଙ୍ଗ ବଦଳାଇଲେ କଣ ସୁ ଶାସନ ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

ସେପଟେ ଏହାକୁ ନେଇ କଂଗ୍ରେସ ବିଧାୟକ କହିଛନ୍ତି କି, ବିଜେଡି ସମୟରେ ସେମାନେ ସବୁକୁ ସବୁଜ କରିଥିଲେ । ସେହି ସବୁଜ ପାଇଁ ୨୪ ବର୍ଷରେ ସରକାର ଗଲା । ଏବେ ବିଜେପି ଆସିଛି ଓ ନାରଙ୍ଗୀ କରିବ । ବିଜେପି ୫ ବର୍ଷରେ ଯିବ । ବିଜେଡି ଓ କଂଗ୍ରେସର ଏହି ବୟାନ ପରେ ପୂର୍ତ୍ତମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ ଯେଉଁ ରଙ୍ଗ ଥିଲା ତାକୁ ବିଜେଡି କାହିଁକି ବଦଳାଇଥିଲା । ବିଜେଡି ଆଗ ତାର ଉତ୍ତର ରଖୁ । ସେତେଳେଳେ କଣ ଆବଶ୍ୟକତା ଥିଲା ସରକାରୀ କୋଠାର ଚିରାଚରିତ ରଙ୍ଗକୁ ବଦଳାଇ ସବୁଜ କରିବା । ତାର ଉତ୍ତର ଦେଇସାରିବା ପରେ ବିଜେଡି ପ୍ରଶ୍ନ କଲେ ଠିକ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.