fbpx

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ବିଶିଷ୍ଟ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଛି ଦାଦା ସାହେବ ଫାଲକୋ ପୁରସ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତକୁ ବିଶିଷ୍ଟ ଅବଦାନ ପାଇଁ ମିଥୁନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ଦୀର୍ଘ ୪୮ ବର୍ଷର କ୍ୟାରିୟର ମଧ୍ୟରେ ମିଥୁନ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । ଗତ ମାସ ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ଦାଦା ସାହେବ ଫାଲକୋ ପୁରସ୍କାର ବିଜେତାଙ୍କ ଘୋଷଣା କରାଯାଇଥିଲା । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଋଷଭ ସେଟ୍ଟୀଙ୍କୁ ଜାତୀୟ ପୁରସ୍କାର ମିଳିଥିବା ବେଳେ ‘ଦମନ’କୁ ଜାତୀୟ ପୁରସ୍କାର ମିଳିଛି । ଏଥିସହିତ ଫିଲ୍ମରେ ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦାଦା ସାହେବ ଫାଲକେ ପୁରସ୍କାର ପାଇବା ନେଇ ଗତ ମାସ ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ । ଆଜି ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଚେହେରା । ସେ ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । ସେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୩ ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ୧୯୫୦ ମସିହା ଜୁନ୍ ମାସ ୧୬ ତାରିଖରେ ଜନ୍ମିତ ମିଥୁନ ବଙ୍ଗାଳି, ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ଼, ଓଡ଼ିଆ ଓ ଭୋଜପୁରୀ ଆଦି ବିଭିନ୍ନ ଭାଷାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ନିଜର ଡେବ୍ୟୁ ଫିଲ୍ମ ‘ମୃଗୟା’ ପାଇଁ ମିଥୁର ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ଏଥିସହିତ ବୁଦ୍ଧଦେବ ଦାସଗୁପ୍ତାଙ୍କ ବଙ୍ଗାଳି ଫିଲ୍ମ ‘ତହାଦେର କଥା’ ପାଇଁ ସେ ଦ୍ୱିତୀୟ ନ୍ୟାସନାଲ ଆୱାର୍ଡ ପାଇଥିଲେ ।

Get real time updates directly on you device, subscribe now.