fbpx

୩୦ ଗ୍ରାମ ସୁନା, ୩ଟି ଦାମି କାର….୬ ମାସରେ ହରିୟାଣାର ନାୟକ ସାଜିଲେ ନାୟବ ସିଂ ସୈନୀ, ଜାଣନ୍ତୁ ତାଙ୍କର ନେଟ୍ ୱର୍ଥ

ନୂଆଦିଲ୍ଲୀ: ଆଜି ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବା ଚିତ୍ର ସ୍ପଷ୍ଟ ହୋଇଛି । ହରିୟାଣାରେ ନାୟବ ସିଂ ସୈନୀଙ୍କ ନେତୃତ୍ୱରେ ଲଢ଼ାଯାଇଥିବା ଏହି ନିର୍ବାଚନରେ ବିଜେପି କମାଲ କରି ଦେଖାଇଛି । କହିରଖୁଛୁ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ବିଜେପି ମନୋହର ଲାଲ ଖଟ୍ଟରଙ୍କୁ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନାୟବ ସିଂ ସୈନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲା । ଜାତୀୟ ସମୀକରଣ ଅନୁଯାୟୀ ବିଜେପିର ଏହି ନିଷ୍ପତ୍ତି ଠିକ୍ ସ୍ଥାନରେ ବାଜିଛି ।

MyNeta.infoରେ ଶେୟାର କରାଯାଇଥିବା ନିର୍ବାଚନୀ ଆଫିଡେଭିଟ୍ ଅନୁଯାୟୀ ନାୟବ ସିଂ ସୈନୀ ମୋଟ୍ ୫ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କା ସମ୍ପତ୍ତିର ମାଲିକ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜମା କରିଥିବା ଅଫିଡେଭିଟ୍ ଅନୁଯାୟୀ ତାଙ୍କ ନେଟ୍ ୱର୍ଥ ଥିଲା ୩, ୫୭, ୮୫, ୬୨୧ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ଉପରେ ପାଖାପାଖି ୫୭, ୩୪, ୮୭୮ ଟଙ୍କାର ଋଣ ଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ପାଖରେ ୧.୭୫ ଲକ୍ଷ ଟଙ୍କା ନଗଦ ରାଶି ଥିବାବେଳେ ପତ୍ନୀଙ୍କ ପାଖରେ ୧.୪୦ ଲକ୍ଷ ଟଙ୍କା ଥିଲା । ପତ୍ନୀ ଏବଂ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଜମା ରାଶି ରହିଛି । ତାଙ୍କ ପତ୍ନୀଙ୍କ ନାଁରେ କୌଣସି ଶେୟାର କିମ୍ବା ବଣ୍ଡରେ ନିବେଶ କରିନାହାଁନ୍ତି । ନାୟବ ସିଂ ସୈନୀଙ୍କ PPF ଆକାଉଣ୍ଟ ରହିଛି ଯେଉଁଥିରେ ୮, ୮୫, ୫୯୨ କୋଟି ଟଙ୍କାର ଏକ ଇନଭେଷ୍ଟମେଣ୍ଟ ସାମିଲ ରହିଛି । ତାଙ୍କ ପାଖରେ ୩୦ ଗ୍ରାମ ସୁନା(ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟ) ଏବଂ ପତ୍ନୀଙ୍କ ପାଖରେ ୧୦୦ ଗ୍ରାମ ସୁନା(ପ୍ରାୟ ୬.୫୦ ଲକ୍ଷ ଟଙ୍କା ମୂଲ୍ୟ) ଏବଂ ପିଲାଙ୍କ ପାଖରେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି । ଏହା ବ୍ୟତୀତ ସୈନୀଙ୍କ ନାଁରେ ଏକ LIC ବୀମା ପଲିସି ମଧ୍ୟ ରହିଛି । ସେହିପରି କାର କଲେକସନ୍ସ ବିଷୟରେ କହିଲେ ତାଙ୍କ ନାଁରେ ୩ଟି କାର ରହିଛି । ଏଥିରୁ ୨ଟି ଟୋୟୋଟା ଇନୋଭା ଏବଂ ଗୋଟିଏ Qualis ସାମିଲ ରହିଛି । ଏହି ସବୁର ମୋଟ୍ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ଏହା ସହ ତାଙ୍କ ନାଁରେ ୬୫ ଲକ୍ଷ ଟଙ୍କାର ଚାଷ ଜମି ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ଏକ ବାସଭବନ ରହିଛି ଯାହାର ମୂଲ୍ୟ ୪.୨୦ କୋଟି ଟଙ୍କା ହେବ । ଦେଖିବାକୁ ଗଲେ ନାୟବ ସିଂଙ୍କ ନେଟ୍ ୱର୍ଥ ୫, ୮୦, ୫୨, ୭୧୪ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ଉପରେ ୭୪, ୮୨, ୬୧୯ ଟଙ୍କାର ଋଣ ରହିଛି ।

 

Get real time updates directly on you device, subscribe now.