fbpx

Video: ମୃତ୍ୟୁ ପୂର୍ବରୁ ମଶାଣିରେ ଶୋଇଦେଲେ ପରିବାର ଲୋକ, ମରିବା ପାଇଁ ଦିନ ଗଣୁଛନ୍ତି ବୃଦ୍ଧ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ଇଏ କେମିତିକା ସମାଜ। କେମିତିକା ମଣିଷ, ଏମଣିଷ ଦେହରେ କଣ ରକ୍ତ ଶୁଖିଗଲାଣି। କଣ ହୃଦୟ ଓ ମାନବିକତା ବୋଲି କିଛି ନାହିଁ। କଣ ପଶୁ ଠାରୁ ହିନପାଲଟି ଯାଇଛି। କୁହାଯାଏ କୋଟି ପୁଣ୍ୟ ବଳରେ ମନୁଷ୍ୟ ଜନ୍ମ ମିଳିଥାଏ। ହେଲେ ଆଜି ଏହି ମନୁଷ୍ୟ ନିଜେ ରାକ୍ଷସ ରୂପ ଧାରଣ କରୁଛି। ଯାହା ଶୁଣିଲେ ବା ଦେଖିଲେ ମଣିଷ ଜାତି ପାଇଁ ଏହା ଏକ ଲଜ୍ଜ୍ୟା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୂର୍ ମଶାଣି ପଡିଆରେ।

ମଶାଣି ମଣ୍ଡପରେ ଜଣେ ବୃଦ୍ଧ ଶୋଇଛନ୍ତି।ଆଉ ଏ ଆଜି ନୁହେଁ ୧୫ ଦିନ ହେବ ଏହି ମଶାଣି ମଣ୍ଡପରେ ପଡ଼ିରହିଛନ୍ତି ଏହି ବୃଦ୍ଧ। ଏହି ବୃଦ୍ଧଙ୍କ ନାମ ହେଉଚି ଚନ୍ଦ୍ରମଣି ମହାରଣା। ଏହି ବୃଦ୍ଧଙ୍କର କୌଣସି ବସତ୍ ଗୋଡ ଭାଙ୍ଗି ଗଲା। ବାସ ତା ପରଠାରୁ ବୃଦ୍ଧାଙ୍କ ସେବା କରିବା ପାଇଁ କେହି ଅମଙ୍ଗ ହେବାରୁ ପରିବାର ଲୋକେ ତାଙ୍କୁ ଏହି ମଶାଣିରେ ଆଣି ଛାଡ଼ି ଚାଲି ଯାଇଛନ୍ତି। ଗୋଡ ଭାଙ୍ଗି ଯାଇଥିବାରୁ ୧୫ ଦିନ ଧରି ଏହି ଜାଗାରେ ଝାଡା ପରିସ୍ରା କରି ପଡ଼ି ରହିଛନ୍ତି ଏହି ବୃଦ୍ଧ।

ହେଲେ ନା ସ୍ଥାନୀୟ ଲୋକ ନା ପରିବାର ଲୋକ କାହାର ଟିକେ ହେଲେ ମଧ୍ୟ ଏ ବୃଦ୍ଧାଙ୍କ ପ୍ରତି ଦୟା ଆସୁନାହିଁ। ହେଲେ ଖରା ବର୍ଷା ସହ ମଶା-ଡାଆଁସ ଓ ଗାଁଠୁ ଦୂର ମଶାଣି ପଡିଆରେ କେମିତି ୧୫ ଦିନ ଧରି ଏ ବୁଢ଼ା ଲୋକଟି ଦିନ-ରାତି ବିତୋଉଥିବ। ସେ ବି ଗୋଟିଏ ମଶାଣି। ଯେଉଁଠି ଆପଣ ୧୦ ମିନିଟ ବି ଠିଆ ହେବା କଷ୍ଟ। ତେବେ କୌଣସିମତେ ଖବର ପାଇ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ମଶାଣି ମଣ୍ଡପରୁ ଉଦ୍ଧାର କରିଛନ୍ତି। ଆଉ ତାଙ୍କୁ ଗୋଟିଏ ଆଶ୍ରମରେ ରଖା ଯାଇଛି।

 

Get real time updates directly on you device, subscribe now.