fbpx

(Video) Metro ଭିତରେ ଉଭା ହେଲେ ମା’ ଦୁର୍ଗା; ଦେବୀଙ୍କ ଦର୍ଶନ ପାଇ ଭକ୍ତ ତାଜୁବ

ଓଡ଼ିଶା ଭାସ୍କର: ଭଳି କି ଭଳି ଲାଇଟ୍ ଆଉ ଝୁଣା-ଧୂପ ସହ ମନ୍ତ୍ରଧ୍ୱନୀରେ ଦେବୀ ଦଶଭୂଜାଙ୍କ ଆବାହନ କରାଯାଉଛି । ଶାରଦୀୟ ନବରାତ୍ରୀ ପାଇଁ ସାରା ଭାରତ ଉତ୍ସବମୁଖର ହୋଇପଡ଼ିଛି । ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ନବରାତ୍ରୀ । ଦେବୀ ଦୁର୍ଗାଙ୍କ ଆଗମନକୁ ଧୁମଧାମରେ ପାଳନ କରିବାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ମା’ଙ୍କ ଆଗମନ ପାଇଁ ସଜେଇ ହୋଇ ସାରିଲାଣି । ବିଶେଷ କରି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ବେଶ୍ ଆଡ଼ମ୍ବରରେ ପାଳନ ହୁଏ । ଏହାଭିତରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି । ନବରାତ୍ରୀ ଅବସରରେ ନିଜ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମେଟ୍ରୋରେ ଆବିର୍ଭାବ ହୋଇଛନ୍ତି ମହିଷାମର୍ଦ୍ଦିନୀ ମା’ ଦୁର୍ଗା ।

ମା’ ଦୁର୍ଗାଙ୍କ ଆଗମନ ପାଇଁ କୋଲକାତାର ବିଭିନ୍ନ ସ୍ଥାନରେ ପୂଜା ପେଣ୍ଡାଲକୁ ଖୁବ ସୁନ୍ଦର ଭାବରେ ସଜେଇ ଦିଆଯାଇଛି । କିନ୍ତୁ ଏ ବର୍ଷ ଦେବୀ ଦଶଭୂଜାଙ୍କୁ ସ୍ୱାଗତ କରିବା ପାଇଁ ‘ମେଟ୍ରୋ’ ଥିମ୍ ଚୟନ କରିଛି ପୂଜା କମିଟି । ମେଟ୍ରୋ ଆକୃତି ଏବଂ ରୂପରେଖ ଦେଇ ମା’ଙ୍କ ପୂଜା ପେଣ୍ଡାଲକୁ ସଜ୍ଜିତ କରାଯାଇଛି । ଲୋକଙ୍କ ମନକୁ ବେଶ୍ ଛୁଇଁଥିବା ଏହି ଭିଡିଓ ଦେଖିଲେ ପ୍ରଥମେ ଏହା ଏକ ମେଟ୍ରୋ ଟ୍ରେନ୍ ଭଳି ମନେ ହେଉଛି । ଏହାପରେ କିନ୍ତୁ ମେଟ୍ରୋ ଭିତରେ ହଠାତ୍ ଉଭା ହେଉଛନ୍ତି ଦେବୀ ମା’ ଦୁର୍ଗା । ଭିଡିଓକୁ ଦେଖିଲେ ମନେ ହେଉଛି, ଜଣେ ବ୍ୟକ୍ତି ମେଟ୍ରୋ ଟ୍ରେନ୍ ଭିତରେ ଚାଲି ଚାଲି ଯାଉଛନ୍ତି । କିନ୍ତୁ କିଛି ବାଟ ଆଗକୁ ଯିବା ପରେ ମେଟ୍ରୋର ଲୁକ୍ ଅଚାନକ ପରିବର୍ତ୍ତନ ହୋଇଯାଉଛି । ମେଟ୍ରୋର କୋଚ୍ ଦେଇ ଏକ ଷ୍ଟେସନରେ ପହଞ୍ଚିଛନ୍ତି ଭିଡିଓ କରୁଥିବା ବ୍ୟକ୍ତି ଜଣକ, ଆଉ ଏହି ସ୍ଥାନରେ ଆରମ୍ଭ ହୋଇଛି ଦେବୀ ଦୁର୍ଗାଙ୍କ ପୂଜା ପେଣ୍ଡାଲ

ମା’ ଦୁର୍ଗାଙ୍କ ରୂପକୁ ଦେଖି ଏଠାରେ ଶ୍ରଦ୍ଧାଳୁ ବିମୋହିତ ହୋଇ ଯାଇଛନ୍ତି । ମେଟ୍ରୋରୁ ଓହ୍ଲାଇ ଷ୍ଟେସନରେ ମା’ ଦୁର୍ଗାଙ୍କ ଦର୍ଶନ କରିବାର ବ୍ୟବସ୍ଥା ହୋଇଥିବା ବେଳେ ଏହି ପେଣ୍ଡାଲ ବେଶ୍ ଭବ୍ୟ ଉପାୟରେ ନିର୍ମାଣ କରାଯାଇଛି । ଏହି ଭିଡିଓ ସମସ୍ତ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଆଣି ଦେବ । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ପେଣ୍ଡାଲ ନିର୍ମାଣ କରିଥିବା କାରିଗର ଏବଂ ତାଙ୍କର ନିଆରା ଚିନ୍ତାଧାରାକୁ ବେଶ୍ ପ୍ରଶଂସା କରୁଛନ୍ତି ୟଜର୍ସ । ଏହି ଭିଡିଓକୁ ଏପର୍ୟ୍ୟନ୍ତ ୧ ମିଲିୟନରୁ ଅଧିକ ଥର ଦେଖାଯାଇଛି। ହଜାର ହଜାର ଲୋକ ଏହି ଭିଡିଓକୁ ପସନ୍ଦ କରୁଥିବା ବେଳେ ଅନେକ ଳୋକ ଭିନ୍ନ ଭିନ୍ନ କମେଣ୍ଟ କରୁଥିବାର ଦେଖାଯାଇଛି ।

Get real time updates directly on you device, subscribe now.