fbpx

ଧୋ’ରେ ବାୟା ଧୋ’ ଗୀତ ଶୁଣି କାହିଁକି ଶୋଇପଡେ ଶିଶୁ ? ଜାଣନ୍ତୁ

ଅଝଟ ପିଲାଙ୍କୁ ଶୁଆଇବା ପାଇଁ ମା’ ମାନେ ସାଧାରଣତଃ ନାନା ବାୟା ଗୀତ ବା ଧୋ’ରେ ବାୟା ଧୋ’ ଭଳି ଗୀତର ସାହାରା ନେଇଥାନ୍ତି । ଏହା ଦ୍ୱାରା ଶିଶୁଟି କାନ୍ଦୁଥିଲେ ତୁନି ହୋଇଯାଏ ଓ କିଛି କ୍ଷଣ ପରେ ଶୋଇପଡ଼ିଥାଏ । କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ ଏଭଳି ଗୀତ ପ୍ରଚଳିତ ଅଛି ।

ମା’ର ଏହି ଗୀତରେ କ’ଣ ଏମିତି ମାଧୁର୍ଯ୍ୟ ବା ଯାଦୁ ଅଛି ଯେ ପିଲା ଶୋଇପଡ଼ନ୍ତି ! ଏହା ଜାଣିବାକୁ ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ ଷ୍ଟ୍ରିଟ୍‌ ହସ୍ପିଟାଲରେ ଏକ ଗବେଷଣା କରାଯାଇଥିଲା । ଗବେଷକମାନେ ୩ରୁ ୭ ବର୍ଷ ବୟସ୍କ ଶତାଧିକ ପିଲାଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ । ଗବେଷଣାରୁ ଜଣାପଡ଼ିଥିଲା ଯେ, ଏହା ଛୋଟ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି । ଏହା ଦ୍ୱାରା ଶିଶୁଙ୍କ ମସ୍ତିଷ୍କରେ ଏକ ହରମୋନ ସୃଷ୍ଟି ହେଉଛି ଯାହା ପିଲାଙ୍କ କଷ୍ଟ ଦୂର କରିବା ସହ ପିଲାର ମସ୍ତିଷ୍କକୁ ଚାପମୁକ୍ତ କରୁଛି। ଫଳରେ ଶିଶୁକୁ ଆରାମ ଲାଗୁଛି ଆଉ ସେ ଶୋଇ ପଡ଼ୁଛି।

ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଥିଲା ଯେ, ଏହି ଗୀତ ଜରିଆରେ ପିଲାଟି ନିଜ ମା’କୁ ମନେ ରଖିବାର ପ୍ରୟାସ କରିଥାଏ ।

Get real time updates directly on you device, subscribe now.