fbpx

ଧାମନଗରରୁ ହଟିଲା ଧାରା ୧୬୩, ସୂଚନା ଦେଲେ ଉପ ଜିଲ୍ଲାପାଳ

ଭଦ୍ରକ: ସବୁଆଡ଼େ ପାର୍ବଣର ମାହୋଲ । ଏଥିମଧ୍ୟରେ ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ସେଠାରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଧୋବଲ ସହ ଆଖପାଖ ଅଂଚଳରୁ ମଧ୍ୟ ଧାରା ୧୬୩ କଟକଣା ହଟାଯାଇଛି । ଆଜିଠାରୁ କଟକଣା ହଟିବା ନେଇ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇ ଉଠିଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେଠାରେ ଧାରା ୧୬୩ ଲାଗୁ କରାଯାଇଥିଲା । ପୁଲିସ ଡିଜି ୱାଇ.ବି ଖୁରାନିଆ ଧାମନଗର ଏନଏସିରେ ସ୍ଥିତିର ସମୀକ୍ଷା କରିଥିଲେ । ଏହାସହ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଥିଲେ । ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରିବା ଠାରୁ ଦୁରେଇ ରହିବ ପାଇଁ ଡିଜିପି ନିବେଦନ କରିଥିଲେ ।

Get real time updates directly on you device, subscribe now.