fbpx

ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ବଡ଼ ଝଟକା, ଆଘାତ ଯୋଗୁଁ ପ୍ରଥମ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ବଡ଼ ଝଟକା ଲାଗିଛି । ଦଳର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତଥା ଫେବ୍‌୪ ସଦସ୍ୟ କେନ୍ ୱିଲିୟମସନଙ୍କୁ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ ବୋର୍ଡ଼ ଅନଫିଟ୍ ଘୋଷଣା କରିଛି । ତେଣୁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ ।

ସୂଚନାଯେଗ୍ୟ ଏହି ସିରିଜ ICC ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍‌(WTC)ର ଏକ ଅଂଶବିଶେଷ । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କେନ୍ ୱିଲିୟମସନଙ୍କୁ ଆଘାତ ଲାଗିବା ଯୋଗୁଁ ସେ ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସହ ସ୍ପିନ୍ ଆଟାକ୍ ଖେଳିପାରୁଥିବା ଏକମାତ୍ର ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସମ୍ୟାନ ହେଉଛନ୍ତି ୱିଲିୟମସନ୍ । ତେବେ ତାଙ୍କ ଅନୁପସ୍ଥିତିରେ ଦଳ ଉତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ । ୨୦୨୧ରେ କେନ୍ ୱିଲିୟମସନଙ୍କ ଅଧିନାୟକତ୍ୱରେ ଭାରତ ବିପକ୍ଷଷର ନ୍ୟୁଜିଲ୍ୟାଣ୍ଡ୍ ଦଳ ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ଜିତିଥିଲା ।

 

Get real time updates directly on you device, subscribe now.