fbpx

(Video) ରିଲିଜ ହେଲା ଅନୁଭବଙ୍କ ଫିଲ୍ମ ‘କର୍ମ’, ଚିରିଂ ଚିରିଂ ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ବର(ଓଡିଶା ଭାସ୍କର): ରିଲିଜ ହେଲା ଅଭିନେତା ଅନୁଭବ ମହାନ୍ତିଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ କର୍ମ । ଆଜି ଚଳଚ୍ଚିତ୍ର ପରଦାକୁ ଆସିଥିବା ବେଳେ ହାଉସ ଫୁଲ ରହିଛି । ଫିଲ୍ମ ଦେଖି ଫ୍ୟାନ୍ସମାନେ ମଧ୍ୟ ଅଧିକ ଉତ୍ସାହିତ ରହିଥିବା ଦେଖାଯାଇଛି । ଫିଲ୍ମର ପପୁଲାର ଗୀତ ଚିରିଂ ଚିରିଂ ଗିତରେ ଝୁମିଛନ୍ତି ଦର୍ଶକ । ଗତକାଲି ଭୁବନେଶ୍ବର ଶ୍ରୀୟା ଟକିଜରେ ଏହାର ସ୍ବତନ୍ତ୍ର ସୋ କରାଯାଇଥିଲା । ଏଥିରେ ଆଗଧାଡିର କଳାକାରଙ୍କସହିତ ପରିପାର ମଧ୍ୟ ଏକାଠି ହୋଇ ଫିଲ୍ମ ଦେଖିଥିଲେ ।

ଅନୁପମ ପଟ୍ଟନାୟକଙ୍କର ନିର୍ଦ୍ଦେଶିତ କର୍ମର ଗୀତ ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଥିଲା । ଧରାପୃଷ୍ଠରେ ଜନ୍ମ ନେଇ ଇଶ୍ବର ମଧ୍ୟ ନିଜ କର୍ମର ଫଳ ପାଇଛନ୍ତି, ସେଠାରେ ମନୁଷ୍ୟ କିଭଳି ବର୍ତ୍ତିବେ । ଯିଏ ଯେଉଁଭଳି କର୍ମ କରିବ ତାର ଫଳ ନିଶ୍ଚିତ ମିଳିବ । ଏଭଳି ବାର୍ତ୍ତା ବର୍ତ୍ତମାନ ସମସ୍ତଙ୍କର ମୁହଁରେ ଶୁଣିବାକୁ ମିଳୁଛି । ତେବେ ଅନୁଭବଙ୍କ ମାଆ ଫିଲ୍ମ ଦେଖିଲା ପରେ କହିଛନ୍ତି, ମୋ ପୁଅର ଆକ୍ସନ ମୋତେ ସବୁବେଳେ ପସନ୍ଦ । ଫ୍ଲପ ନୁହେଁ ମୋ ପୁଅ ସବୁବେଳ ହିଟ୍ ବୋଲି ସେ କହିଛନ୍ତି । ଅନ୍ୟପଟେ ତାଙ୍କ ବାନ୍ଧବୀ ଜାଗୃତି କହିଛନ୍ତି, ଅନୁଭବଙ୍କ କର୍ମ ଫିଲ୍ମ ଦେଖିବା ପରେ ଏବେ ମଧ୍ୟ ମୋ ଆଖିକୁ କିଛି ସିନ୍ ଆସିଯାଉଛି । ବେଷ୍ଟ ହୋଇଛି ଚଳଚ୍ଚିତ୍ର ।

Get real time updates directly on you device, subscribe now.