fbpx

୬୦-୭୦ ବର୍ଷ ବିତିଗଲାଣି, ମୁସଲମାନ ପରିବାର ହିନ୍ଦୁ ପର୍ବରେ ତୁଲାଇ ଆସୁଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ: ଦଶହରାରେ ରାବଣ ପୋଡିର ପରମ୍ପରା ରହିଛି । ୟୁପିର ରାମପୁରରେ ରହୁଥିବା ଏକ ମୁସଲମାନ ପରିବାର, ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାବଣ ପୋଡି ପାଇଁ ପିତୁଳା ପ୍ରସ୍ତୁତ କରିଛି । ହେଲେ ଚଳିତ ଥରର ରାବଣ ପିତୁଳାର ରହିଛି ବିଶେଷ ମହତ୍ୱ । ଏହି ପିତୁଳା ପ୍ରଦୂଷଣ ମୁକ୍ତ ହେବା ସହ ଏଯାଏଁ ହୋଇଥିବା ରାବଣ ପିତୁଳାଠୁ ଆକାରରେ ବହୁ ବଡ ।

ପିତୁଳା ତିଆରି କରୁଥିବା ମୁସଲମାନ ପରିବାର ମୁଖିଆ ମମତାଜ ଖାନ କହିଛନ୍ତି କି ତାଙ୍କ ପରିବାର ପିଢି ପରେ ପିଢି ଏହି କାମ କରୁଛନ୍ତି । ତାଙ୍କ ଜେଜେ ବାପା କରୁଥିଲେ, ଏବେ ତାଙ୍କ ପିଲାମାନେ ଏହି କାମରେ ନିୟୋଜିତ ହୋଇଛନ୍ତି । ପ୍ରାୟ ୬୦-୭୦ ବର୍ଷ ହେବ ଏମାନେ ଦଶହରାରେ ରାବଣ ପିତୁଳା ତିଆରି କରି ଆସୁଛନ୍ତି । ଏଥିରୁ କୌଣସି ଅର୍ଥ ଉପାର୍ଜନ ହୋଇ ନଥାଏ । କେବଳ ଖୁସି ଓ ସମୟ କାଟିବାକୁ ଏମିତି କରୁଛନ୍ତି ବୋଲି କହିଛନ୍ତି ମୁମତାଜ । ଚଳିତ ଥର ସେମାନେ ୮୦ ଫୁଟର ଏକ ରାବଣ ମୂର୍ତ୍ତି ଗଢିଛନ୍ତି । ଅନ୍ୟ ସବୁ ତାଠାରୁ ଛୋଟ । ମୁରାଦାବାଦ ଓ ଆଖ ପାଖ ଅଞ୍ଚଳର ଲୋକେ ତାଙ୍କ ପରିବାରରୁ ମୂର୍ତ୍ତି କିଣିଥାନ୍ତି ।

ଏହି ମୂର୍ତ୍ତି ନିର୍ମାଣ ବେଳେ ସରକାରଙ୍କ ପ୍ରଦୂଷଣ ନୀତିକୁ ଧ୍ୟାନରେ ରଖି କରାଯାଇଥାଏ । ଏହାକୁ ବ୍ୟବହାର କରିବା ପୂର୍ବରୁ ଅଧିକାରୀମାନେ ଏହାର ଯାଞ୍ଚ ମଧ୍ୟ କରିଥାନ୍ତି ବୋଲି ମମତାଜ କହିଛନ୍ତି । ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଲାଗି ରହିଥିବା ବେଳେ ଏହି ପରିବାର ହିନ୍ଦୁଙ୍କ ମୁଖ୍ୟ ପର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ଲଗାଇ ଖୁସି ହାସଲ କରୁଛି । ଏହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ଗାଲରେ ଏକ ଚାପୁଡା ସଦୃଶ ।

Get real time updates directly on you device, subscribe now.