fbpx

ତେଲୁଗୁ ଫିଲ୍ମ କଳାକାରଙ୍କ ମନମୋହୁଛି କୋରାପୁଟର ପ୍ରାକୃତିକ ଦୃଶ୍ୟ, ଲମତାପୁଟରେ ଚାଲିଛି ସୁଟିଂ

କୋରାପୁଟ: କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କ ଭିଡ ସେଠାରେ ଦେଖିବାକୁ ମିଳେ। ବର୍ତ୍ତମାନ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ତେଲୁଗୁ କଳାକାରଙ୍କ ମନମୋହିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟର ଲମତାପୁଟରେ ସୁଟିଂ ଚାଲିଛି ତେଲୁଗୁ ଫିଲ୍ମ ‘ଘାଟି’। ପ୍ରଥମଥର ପାଇଁ ଏଠାରେ ଫିଲ୍ମ ସୁଟିଂ ହେଉଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଏବଂ ଭିଡ ଦେଖିବାକୁ ମିଳିଛି।

ଏହି ଫିଲ୍ମରେ ଗଞ୍ଜେଇ ବ୍ୟବସାୟକୁ ଆଧାର କରି ସୁଟିଂ କରାଯାଉଥିବା ଜଣାପଡିଛି। ଏଥିରେ ଜଣାଶୁଣା ଅଭିନେତ୍ରୀ ଅନୁସ୍କା ସେଟ୍ଟୀ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଜନ ବିଞ୍ଜର କହିଛନ୍ତି ଯେ, ସେ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ପାଇଛନ୍ତି। ସମସ୍ତେ କୁହନ୍ତି କେରଳ, ଗୋଆ, ତାମିଲନାଡୁ ଏବଂ ହିମାଚଳ ପ୍ରଦେଶ କିନ୍ତୁ ସମସ୍ତେ ଓଡ଼ିଶା ଆସନ୍ତୁ। ଓଡ଼ିଶାରେ ବହୁତ ଭଲ ସ୍ଥାନ ରହିଛି ବୁଲିବା ଲାଗି। ଏଠାରେ ଆନନ୍ଦ ମାତ୍ର ଅଳ୍ପ ଟଙ୍କାରେ ଉଠାଇପାରିବେ। ଏହି ଫିଲ୍ମରେ ସ୍ଥାନୀୟ କଳାକାର ମଧ୍ୟ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଏହି ସ୍ଥାନରେ ଓଡ଼ିଆ ଫିଲ୍ମ ସୁଟିଂ ହୋଇଥିଲା କିନ୍ତୁ ପ୍ରଥମଥର ପାଇଁ ଏଠାରେ ତେଲୁ୍‌ଗୁ ଫିଲ୍ମ ସୁଟିଂ ହେଉଛି।

Get real time updates directly on you device, subscribe now.