fbpx

ନିୟମିତ ଦେଶୀ ଚଣାର ସେବନ, ଦୂର କରେ ବହୁ ମାରାତ୍ମକ ରୋଗ

ଓଡିଶା ଭାସ୍କର: ଆମ ଓଡିଆ ଘରେ ଦେଶୀ ବୁଟ ବା କଳା ବୁଟର ବହୁଳ ବ୍ୟବହାର ରହିଛି । ହେଲେ ଆମେ ଏହାର ଉପକାରିତା ସମ୍ପର୍କରେ ଅନଭିଜ୍ଞ । ଏଥିରେ ପ୍ରୋଟିନ, ଫାଇବର, ଭିଟାମିନ ଓ ମିନେରାଲ୍ସ ଭରି ରହିଛି, ଯାହା ଶରୀରକୁ ପୋଷଣ ଦେବା ସହ ବହୁ ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ତେବେ ଦେଶୀ ବୁଟର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।

ସିଝା ଦେଶୀ ବୁଟ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିର ଥିବା ଫାଇବର ପାଚନ ପ୍ରକ୍ରିୟାକୁ ହ୍ରାସ କରେ, ଫଳରେ ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୁରିଲା ପୁରିଲା ଲାଗେ ଓ ଭୋକ ହୁଏନାହିଁ । ଏହା କ୍ୟାଲେରି ପାଚନରେ ସହାୟକ ହୋଇଥାଏ । ଫଳରେ ଓଜନ କମିଥାଏ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ବୁଟ ଶିଝା ନିଜ ଖାଦ୍ୟରେ ସାମିଲ କରନ୍ତୁ ।

ଚଣାରେ ଥିବା ଫାଇବର ପାଚନ ତନ୍ତ୍ରରେ ସୁଧାର ଆଣିବାରେ ସାହାଯ୍ୟ କରେ । ମୋଟାପଣ ସମସ୍ୟାରୁ ମୁକ୍ତି ଦିଏ ଓ ପେଟକୁ ସଫା କରେ । ଏହାର ନିୟମିତ ବ୍ୟବହାର ଦ୍ୱାରା ଗ୍ୟାସ, ଏସିଡିଟି ଓ ବଦହଜମି ପରି ସମସ୍ୟା ଦୂର ହୁଏ ।

ଚଣାରେ ଗ୍ଲାଇସେମିକ ଇଣ୍ଡେକ୍ସ କମ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଲାଭକାରୀ । ବ୍ଲଡ ସୁଗାର ରୋଗୀଙ୍କ ପାଇଁ ସିଝା ଚଣା ଅଧିକ ଲାଭକାରୀ ।

ଦେଶୀ ଚଣା ପ୍ରୋଟିନର ଏକ ମୁଖ୍ୟ ସ୍ରୋତ । ଏହା ମସଲ୍ସ ପାଇଁ ବେଶ ଉପକାରୀ । ଏହାର ସେବନ ମସଲ୍ସକୁ ଅଧିକ ଶକ୍ତିଶାଳୀ କରେ । ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି, ସେମାନଙ୍କ ପାଇଁ ଚଣା ସେବନ ଜରୁରୀ । ଏହାର ସେବନ ଦ୍ୱାରା ଶରୀରରୁ ଉର୍କା ଜତହୋଇଥାଏ, ଫଳରେ ମଣିଷକୁ ସତେଜ ଅନୁଭୂତ ହୁଏ ।

Get real time updates directly on you device, subscribe now.