fbpx

ଦୀପିକାଙ୍କ ସୌନ୍ଦର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସଞ୍ଜୟ ଲୀଲା ଭଂସାଲୀ, କହିଲେ ‘ଯେପରି କବାଟ..’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମାଆ ହୋଇସାରିଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କର ଫିଲ୍ମ ସିଂଘମ ଏଗେନର ଟ୍ରେଲର ଆସିଛି, ଯେଉଁଥିରେ ଫ୍ୟାନ୍ସ ତାଙ୍କ କପ୍ ଲୁକକୁ ଖୁବ ପସନ୍ଦ କରିଛନ୍ତି। ତେବେ ଦୀପିକାଙ୍କ ପ୍ରିୟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ସଞ୍ଜୟ ଲୀଲା ଭଂସାଲୀ ସେହି ସମୟକୁ ମନେପକାଇଛନ୍ତି, ଯେଉଁ ସମୟରେ ସେ ଦୀପିକାଙ୍କୁ ପ୍ରଥମଥର ପାଇଁ ଦେଖିଥିଲେ ଏବଂ କହିଥିଲେ ଯେ, ତାଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଦୀପିକା ତିନୋଟି ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ ସଞ୍ଜୟ ଅଭିନେତ୍ରୀଙ୍କ ସହ ପ୍ରଥମ ଭେଟିବା ଦିନକୁ ମନେପକାଇଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ଦୀପିକା ପାଦୁକୋନଙ୍କୁ ଭେଟିବା ଲାଗି ତାଙ୍କ ଘରକୁ ଯାଇଥିଲି, ସେ ମୋ ପାଇଁ କବାଟ ଖୋଲିଥିଲେ। ଏହାପରେ ପରେ ମୁଁ ତାଙ୍କ ସୌନ୍ଦର୍ଯ୍ୟ ଏବଂ ତାଙ୍କ ଆଖିକୁ ଦେଖି ଫିଦା ହୋଇଯାଇଥିଲି। ମୋତେ ତାଙ୍କୁ ଦେଖୁ ଏହା ଅନୁଭବ ହୋଇଥିଲା ଯେ, ତାଙ୍କ ବ୍ୟବହାର ଏବଂ କୋମଳତା ଅର୍ଥ ସେ ପ୍ରକୃତରେ ବହୁତ ସୁନ୍ଦର।

ସେ ଆଗକୁ ଆହୁରି କହିଛନ୍ତି ଯେ, ଯେପରି ଦୀପିକା ପ୍ରଥମ ଭେଟରେ ମୋ ସହ କଥା ହେବା ଆରମ୍ଭ କଲେ ମୋତେ ଅନୁଭବ ହୋଇଥିଲା ଯେ, ଭଲ ସ୍ଥାନରେ ଭଲ ସମୟରେ ପହଞ୍ଚିଯାଇଛି। ମୁଁ ତାଙ୍କୁ ଦେଖି ଜାଣିଯାଇଥିଲି ଯେ, ଯେକୌଣସି ରଙ୍ଗରେ ମୁଁ ଦୀପିକାଙ୍କୁ ପକାଇପାରିବି।

Get real time updates directly on you device, subscribe now.