fbpx

ଷ୍ଟାର ଅଲରାଉଣ୍ଡରଙ୍କ ବିସ୍ଫୋରକ ବ୍ୟାଟିଂ: ନୀତିଶ-ରିଙ୍କୁଙ୍କ ଅର୍ଦ୍ଧଶତକରେ ୨୨୨ ରନର ଟାର୍ଗେଟ ପାଇଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଭାରତର ୩ ଜଣ ଷ୍ଟାର ଅଲରାଉଣ୍ଡରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବାଂଲାଦେଶକୁ ୨୨୨ ରନର ବିଶାଳ ଲକ୍ଷ୍ୟ ଦେଇଛି ସୂର୍ଯ୍ୟବାହିନୀ । ନୀତିଶ କୁମାର ରେଡ୍ଡି, ରିଙ୍କୁ ସିଂହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ଇନିଂସରେ ଏହି ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ଧରାଶାୟୀ ହେବା ପରେ ମ୍ୟାଚରେ ଧୂଆଁଧାର ଇନିଂସ ଖେଳିଛନ୍ତି ନୀତିଶ କୁମାର ରେଡ୍ଡି । ମାତ୍ର ୩୪ ବଲରେ ୪ଟି ଚୌକା ଏବଂ ୭ଟି ଛକା ସହ ନୀତିଶ ୭୪ ରନର ବିସ୍ଫୋରକ ଇନିଂସ କେଳିଛନ୍ତି । ଏହାବ୍ୟତୀତ ରିଙ୍କୁ ସିଂହ ୨୯ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହ ୫୩ ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୯ ବଲରୁ ୨ଟି ଲେଖାଏଁ ଚୌକା-ଛକା ସହିତ ୩୨ ରନ୍ କରିଛନ୍ତି । ଫଳରେ ଭାରତ ୨୦ ଓଭରରୁ ୨୨୧ ରନ୍ ସଂଗ୍ରହ କରି ବାଂଲାଦେଶକୁ ୨୨୨ ରନର ବିରାଟ ଲକ୍ଷ୍ୟ ଦେଇଛି ।

ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ୱାନ ଦେଇଥିଲା ବାଂଲାଦେଶ । ଟିମ ଇଣ୍ଡିଆ ତରଫରୁ ଅଭିଷେକ ଏବଂ ସଞ୍ଜୁ ସାମସନ ଓପନିଙ୍ଗ କରିଥିବା ବେଳେ ଖୁବ ଶସ୍ତାରେ ନିଜ ୱିକେଟ ହରାଇଥିଲେ । ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବଡ଼ ସ୍କୋର କରିବାରେ ଫେଳ ମାରିଛନ୍ତି । ତେବେ ସୂର୍ଯ୍ୟକୁମାରଙ୍କ ପରେ ନବାଗତ ଅଲରାଉଣ୍ଡର ନୀତିଶ ରେଡ୍ଡି ଏବଂ ରିଙ୍କୁ ସିଂହ ଟିମ ଇଣ୍ଡିଆଂ ବ୍ୟାଟିଂରେ ଟପ୍ ଗିଅର ପକାଇଥିଲେ । ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ଧରାଶାୟୀ ହେବା ପରେ ମ୍ୟାଚରେ ଧୂଆଁଧାର ଇନିଂସ ଖେଳିଛନ୍ତି ନୀତିଶ କୁମାର ରେଡ୍ଡି । ମାତ୍ର ୩୪ ବଲରେ ୪ଟି ଚୌକା ଏବଂ ୭ଟି ଛକା ସହ ନୀତିଶ ୭୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହାବ୍ୟତୀତ ରିଙ୍କୁ ସିଂହ ୨୯ ବଲରୁ ୫ଟି ଚୌକା ଏବଂ ୩ଟି ଛକା ସହ ୫୩ ରନ୍ କରିଥିବା ବେଳେ ହାର୍ଦ୍ଦିକ ୧୯ ବଲରୁ ୨ଟି ଲେଖାଏଁ ଚୌକା-ଛକା ସହିତ ୩୨ ରନ୍ କରିଛନ୍ତି । ଶେଷ ଓଭରରେ ଭାରତ ୩ଟି ୱିକେଟ ହରାଇ ୨୨୧-୮ ରନ୍ କରିବାରେ ସଫଳ ହୋଇଛି । ଫଳରେ ଭାରତ ୨୦ ଓଭରରୁ ୨୨୧ ରନ୍ ସଂଗ୍ରହ କରି ବାଂଲାଦେଶକୁ ୨୨୨ ରନର ବିରାଟ ଲକ୍ଷ୍ୟ ଦେଇଛି ।

ଅନ୍ୟ ପକ୍ଷରେ ବାଂଲାଦେଶର ତସ୍କିନ୍ ଅହମଦ(୨/୧୬) ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି । ରିସାଦ ହୋସେନ୍ ୩ଟି ୱିକେଟ ନେଇଥିଲେ ମଧ୍ୟ ମ୍ୟାଚରେ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୨ ଜଣ ବୋଲର ତଞ୍ଜିମ ହସନ୍ ଏବଂ ରିସାଦ ହୋସେନ୍ ୫୦ରୁ ଅଧିକ ରନ୍ ବ୍ୟୟ କରିଛନ୍ତି । ଏହାବ୍ୟତୀତ ମେହେଦୀ ହସନ୍ ମିରାଜ ୪୬ ରନ୍ ଏବଂ ମୁସ୍ତାଫିଜୁର ୩୬ ରନ୍ ଦେଇଛନ୍ତି । ତେବେ ରିସାଦ ୩ଟି ୱିକେଟ ହାସଲ କରିଥିବା ବେଳେ ତସ୍କିନ୍, ତଞ୍ଜିମ ଏବଂ ମୁସ୍ତାଫିଜୁର ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ମହମୁଦଲ୍ଲାହ ଗୋଟିଏ ଓଭରରେ ୧୫ ରନ୍ ଖର୍ଚ୍ଚ କରିଛନ୍ତି ।

Get real time updates directly on you device, subscribe now.