fbpx

ନିଜ କମ୍ପାନୀରେ ଚାକିରି ପାଇଁ ଟାଇପ୍ କରିଥିଲେ ରିଜ୍ୟୁମ୍‌, ସାକ୍ଷାତକାରରେ କରିଥିଲେ ଖୁଲାସା

ନୂଆଦିଲ୍ଲୀ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନଥିଲେ ବରଂ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ବ୍ୟବସାୟ କ୍ଷେତ୍ରରେ ଶୀର୍ଷରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଜଣେ ପରୋପକାର ବ୍ୟକ୍ତି ମଧ୍ୟ ଥିଲେ । ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ୱ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ । ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ରତନ ଟାଟାଙ୍କ ନାଁ ପଛରେ ରହିଥିଲେ ହେଁ ତାଙ୍କ ବ୍ୟବସାୟ ସାମରାଜ୍ୟକୁ ବିଶ୍ୱସ୍ତରରେ ପହଂଚାଇବା ଏବଂ ତାଙ୍କ କାର୍ଯ୍ୟ ନୈତିକତା ଯୋଗୁଁ ସେ ଚିରସ୍ମରଣୀୟ ରହିବେ ।

ରତନ ଟାଟାଙ୍କ କ୍ୟାରିୟର ବିଷୟରେ ବହୁତ କମ୍ ଲୋକମାନେ ଜାଣିଥିବେ । ଏହା ପଛରେ ଏକ ରୋଚକ କାହାଣୀ ରହିଛି । ଏକ ସାକ୍ଷାତକାରରେ ରତନ ଟାଟା ନିଜେ ଏହାର ଖୁଲାସା କରିଥିଲେ । ଆମେରିକାର ବିଶିଷ୍ଟ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର କର୍ଣ୍ଣେଲ କଲେଜ ଅଫ୍ ଆର୍କିଟେକଚର ଏବଂ ପ୍ଲାନିଂରେ ଡିଗ୍ରୀ କରିଥିଲେ ରତନ ଟାଟା । ଏହା ପରେ ସେଠାରେ ସେଟେଲ ହେବା ପାଇଁ ସ୍ଥିର କରିଥିଲେ । କିନ୍ତୁ ହଠାତ ଜେଜେମାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ୧୯୬୨ରେ ଭାରତ ଫେରି ଆସିଲେ । ସେତେବେଳେ ତାଙ୍କ ଉପରେ ପରିବାରର ଦାୟିତ୍ୱ ଭାର ନେବାର ସମୟ ଆସିଥିଲା । ତେବେ ଭାରତ ଆସିବା ପରେ ତାଙ୍କୁ IBM କମ୍ପାନୀରୁ ଜବ୍ ଅଫର ଆସିଥିଲା । ସେ ଏହାକୁ ସ୍ୱୀକାର କରିବା ପାଇଁ ମନସ୍ଥ କରିଥିଲେ । ଏନେଇ ତାଙ୍କ ପରିବାରରେ କେହି ଜାଣିନଥିଲେ । କିନ୍ତୁ ତାଙ୍କ କାକା ତଥା ମେଣ୍ଟର ଜେଆରଡି ଟାଟା ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ । ଦିନେ IBM ଅଫିସରେ ଥିବା ସମୟରେ କାକା (ଜେଆରଡି ଟାଟା) ତାଙ୍କୁ କଲ୍ କରି କହିଥିଲେ, ‘ତୁମେ ଭାରତରେ ରହି ଓଈଗ ପାଇଁ କାମ କରିପାରିବ ନାହିଁ ।’ ରତନଙ୍କୁ ମନେ ପଡ଼ିଗଲେ କି ଟାଟା ଗ୍ରୁପରେ କାମ କରିବା ପାଇଁ ତାଙ୍କୁ ନିଜ ବାୟୋଡାଟା ଶେୟାର କରିବା ପାଇଁ କୁହାଯାଇଥିଲା । କିନ୍ତୁ ତାଙ୍କ ପାଖରେ ବାୟୋଡାଟା ନଥିଲା । ଏହା ପରେ ସେ ଅଫିସରେ ବସି ଇଲେକ୍ଟ୍ରୋନିକ ଟାଇପରାଇଟରରେ ରିଜ୍ୟୁମ୍ ଟାଇପ୍ କରିଥିଲେ ଏବଂ କାକାଙ୍କୁ ପଠାଇଥିଲେ । ଏହା ପରେ ୧୯୬୨ରେ ତାଙ୍କୁ ଟାଟା ଗ୍ରୁପର ପ୍ରମୋଟର କମ୍ପାନୀ ଟାଟା ଇଣ୍ଡଷ୍ଟ୍ରିଜରେ ପ୍ରଥମ ଚାକିରି ମିଳିଥିଲା । ପ୍ରାରମ୍ଭିକ ୬ ମାସ ସେ Telco ପାଇଁ କାମ କରିଥିଲେ ଯାହା ବର୍ତ୍ତମାନ ଟାଟା ମୋଟର୍ସ । ୧୯୬୩ରେ ସେ Tisco  ଜଏନ୍ କରିଥିଲେ ଯାହା ବର୍ତ୍ତମାନ ଟାଟା ଷ୍ଟିଲ । ୧୯୯୧ରେ ତାଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଗଲା । ଏହା ପରେ ସେ ଟାଟା ଗ୍ରୁପରେ ଅନେକ ପରିବର୍ତ୍ତନ ଆଣିଥିଲେ ।

Get real time updates directly on you device, subscribe now.