fbpx

ରତନ ଟାଟାଙ୍କୁ କାହିଁକି ମିଳିନି ଭାରତରତ୍ନ! କେଉଁ କେଉଁ ପୁରସ୍କାର ଓ ସମ୍ମାନର ଅଧିକାରୀ ଏହି ପ୍ରସିଦ୍ଧ ବ୍ଯବସାୟୀ, ଜାଣନ୍ତୁ

ଓଡ଼ିଶା ଭାସ୍କର: ଭାରତର ପ୍ରସିଦ୍ଧ ବ୍ଯବସାୟୀ ତଥା ଭାରତର ରତ୍ନ ରତନ ଟାଟା ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି। ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ଓ ଦେଶ ଏହି ମହାନ ରତ୍ନକୁ ଝୁରୁଛି। ଭାରତର ଏହି ପ୍ରସିଦ୍ଧ ବ୍ଯବସାୟୀ ଜଣକ ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ମଧ୍ଯ। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ୨୦୦୮ ମସିହାରେ ସେ ହାତେଇଥିଲେ ପଦ୍ମ ବିଭୂଷଣ । ମାତ୍ର ଏତେ ଦେଶ ପାଇଁ ନିଜ ଜୀବନକୁ ସମର୍ପିତ କରି ବ୍ଯବସାୟ କ୍ଷେତ୍ରରେ ଭାରତକୁ ଏକ ଭିନ୍ନ ପରିଚୟ ଦେଇଥିବା ରତନ ଟାଟା କାହିଁକି ଭାରତରତ୍ନ ସମ୍ମାନ ପାଇ ନାହାନ୍ତି ! ଆସନ୍ତୁ ଜାଣିବା..

ରତନ ଉଦ୍ଦ୍ଯୋଗ କ୍ଷେତ୍ରରେ ଭାରତ ସମେତ ସାରା ବିଶ୍ୱରେ ରତନ ଟାଟାଙ୍କୁ ସମସ୍ତେ ଜାଣନ୍ତି। ମାନବତା ପାଇଁ ମଧ୍ଯ ସେ ଅନେକ କାର୍ଯ୍ୟ କରିଛନ୍ତି। ସମୟ ସମୟରେ ସେ ଲୋକଙ୍କୁ ଅନେକ ପଇସା ମଧ୍ଯ ଦାନ ଦେଇଛନ୍ତି। କରୋନା ସମୟରେ ଟାଟା- ଗ୍ରୁପ ପ୍ରାୟ ୧୫୦୦ କୋଟି ଟଙ୍କା ଦାନ ମଧ୍ଯ କରିଥିଲା। ରିପୋର୍ଟ ଅନୁସାରେ, ରତନ ଟାଟା ନିଜ ରୋଜଗାରର ପ୍ରାୟ ୬୦-୭୦ ପ୍ରତିଶତ ଦାନରୂପରେ ଦେଇ ଦେଉଥିଲେ । ଏହିସବୁ କାରଣ ପାଇଁ ଦେଶବାସୀ ତାଙ୍କୁ ଭାରତ ରତ୍ନ ଦେବାକୁ ଦାବି କରୁଥିଲେ। ମାତ୍ର ରତନ ଏ ପର୍ଯ୍ୟନ୍ତ ଭାରତ ରତ୍ନ ପାଇ ନାହାନ୍ତି।

ତାହାସହ ରତନ ଟାଟାଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ସୋସିଆଲ ମିଡିଆରେ #BharatRatnaForRatanTata ନାମକ ହୈଶଟ୍ଯାଗ ମଧ୍ଯ ଚଲାଯାଇଥିଲା। ମାତ୍ର ଏଯାଏଁ ତାଙ୍କୁ ଏହି ସମ୍ମାନ ମିଳି ନାହିଁ। ଭାରତର ଇତିହାସରେ ଜଣେ ମାତ୍ର ଉଦ୍ଦ୍ୟୋଗପତିଙ୍କୁ ଏଯାଏଁ ଭାରତରତ୍ନ ପ୍ରଦାନ କରାଯାଇଛି। ସେ ବି ଟାଟା ପରିବାରରୁ ହିଁ ଆସିଛନ୍ତି। ୧୯୯୨ ମସିହାରେ ଜାହାଙ୍ଗୀର ରତନ ଜୀ ଦାଦାଭାଇ ଟାଟା ମାନେ ଜେଆରଡି ଟାଟାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପ୍ରାପ୍ତ ହୋଇଥିଲା। ରତନ ଟାଟାଙ୍କୁ ୨୦୦୪ ମସିହାରେ ରିପବ୍ଲିକ ଅପ ଉରୁଗୁଏ, ୟୁନିଭର୍ସିଟି ଅପ କ୍ଯାମ୍ପ୍ରିଜ, ଆଇଆଇଟି ବମ୍ୱେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅଜସ୍ର ସମ୍ମାନ ପାଇଛନ୍ତି। ଯାହାର କଳନା ନାହିଁ ।

Get real time updates directly on you device, subscribe now.