fbpx

(Video) ଓଃ କି ମାନସିକତା, ତାନ୍ତ୍ରିକର ପ୍ରରୋଚନାରେ ଜନ୍ମକଲା ଝିଅର ଜୀବନ ନେଲା ବାପା

ଲକ୍ଷ୍ନୌ: ଅନ୍ଧବିଶ୍ୱାସର କରୁଣ ପରିଣତି । ପତ୍ନୀଙ୍କୁ ଆରୋଗ୍ୟ କରିବାକୁ ନିଜ କୁନି ଝିଅକୁ ଦେଲେ ବଳି । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ । ଘଟଣା ସାର୍ବଜନୀନ ହେବା ପରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି ।

ପୋଲିସ ମୁତାବକ, ଭୋପାଳର ବେଲଡା ଗାଁରେ ରହୁଥିବା ଗୋପାଳ କଶ୍ୟପ ଓ ତାଙ୍କ ପତ୍ନୀ ମମତାକୁ ଗିରଫ କରାଯାଇଛି । ବୁଧବାର ରାତିରେ ଏହି ଦମ୍ପତି ସେମାନଙ୍କ ମାସକର ଝିଅକୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବଳିଦେଇଥିଲେ । ଜଣେ ତାନ୍ତ୍ରିକର ପ୍ରରୋଚନାରେ ଦମ୍ପତି ଏମିତି ନାରକୀୟକାଣ୍ଡ ଭିଆଇଥିଲେ ।

ତେବେ ଏହି ଦମ୍ପତିଙ୍କୁ ଗିରଫ କରି ପୋଲିସ ପଚରା ଉଚରା କରିବାରୁ ସେମାନେ ନିଜ ଭୁଲ ମାନିଛନ୍ତି । ପତ୍ନୀଙ୍କ ରୋଗ ଭଲ କରିବାକୁ ଗୋପାଳ ସ୍ଥାନୀୟ ଜଣେ ତାନ୍ତ୍ରିକର କଥାରେ ପଡି ଏମିତି କରିଥିବା କହିଛନ୍ତି । ତାନ୍ତ୍ରିକ କହିଥିଲା କି, ସେମାନଙ୍କ ପିଲାକୁ ବଳି ଦେଲେ ମମତା ଭଲ ହୋଇଯିବେ । ତେଣୁ ମା ଦୁର୍ଗାଙ୍କ ସପ୍ତମୀ ପୂଜା ଅବସରରେ ଝିଅକୁ ବଳି ଦେବାକୁ କହିଥିଲା । ତାନ୍ତ୍ରିକର ନିର୍ଦ୍ଦେଶ ମୁତାବକ, ବୁଧବାର ସଂଧ୍ୟାରେ ଗୋପାଳ ଝିଅର ଜୀବନ ନେଇ ଥିଲେ ।

ତେବେ ପଡିଶା ଯେତେବେଳେ ରାତିରେ ଜାଣିବାକୁ ପାଇଲେ କି, ଝିଅ ଘରେ ନାହିଁ, ସେମାନେ ସନ୍ଦେହରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏହି ଦମ୍ପତିଙ୍କଠାରୁ ସେହି ତାନ୍ତ୍ରିକ ବିଷୟରେ ତଥ୍ୟ ସଂଗ୍ରହ କରିଛି । ଉକ୍ତ ତାନ୍ତ୍ରିକର ନାଁ ହରେନ୍ଦ୍ର । ତାକୁ ଧରିବାକୁ ପୋଲିସ ଜାଲ ବିଛାଇଛି । ସେପଟେ ଝିଅକୁ ମାରି ପାଖ ଜଙ୍ଗଲରେ ପକାଇବା ନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଝିଅର ଶବ ଖୋଜୁଛି ।

Get real time updates directly on you device, subscribe now.