fbpx

(Video) ନାବାଳିକାକୁ ଅଚେତ କରିବା ପରେ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଗିରଫ ମୁସଲମାନ ଯୁବକ

ଚମେଲି: ଉତ୍ତରାଖଣ୍ଡ ଥେରାଲିର ଜଣେ ମୁସଲମାନ ଯୁବକଙ୍କୁ ଗିରଫ କରିଥି ଚମୋଲି ପୋଲିସ । ବାରିକ କାମ କରୁଥିବା ଏହି ଯୁବକ ବିରୋଧରେ ରହିଛି ସଂଗୀନ ଅଭିଯୋଗ । ସେ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ ସମୟର ଭିଡିଓ କରିଥିବା ଅଭିଯୋଗ ହୋଇଛି । ଗତ ଫେବୃଆରୀରେ ଅଭିଯୁକ୍ତ ଏମିତି କାଣ୍ଡ ଭିଆଇଥିଲା । କିନ୍ତୁ ଏବେ ସୋସିଆଲ ମିଡିଆରେ ନାବାଳିକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା । ଏହା ପରେ ନାବାଳିକାର ପରିବାର ପକ୍ଷରୁ ତାନାରେ ଗତ ୮ ତାରିଖରେ ଅବିଯୋଗ ହୋଇଥିଲା ।

ପରିବାରର ଅଭିଯୋଗ ମୁତାବକ, ସମ୍ପୃକ୍ତ ମୁସଲମାନ ଯୁବକ ସୋସିଆଲ ମିଡିଆରେ ପୀଡିତା ସହ ବନ୍ଧୁତ୍ୱ ସ୍ଥାପନ କରିଥିଲା । ଧୀରେ ଧୀରେ ପୀଡିତା ସହ କଥା ହେଲା । ଫେବୃଆରୀ ୧୬ ତାରିଖରେ ପୀଡିତାକୁ ନିଜ ଦୋକାନକୁ ଡକାଇଥିଲା । ସେଠାରେ ପୀଡିତାକୁ ପାନୀୟରେ ନିଶା ଦେଇ ଅଚେତ କରିବା ପରେ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ କରିଥିଲା ଅଭିଯୁକ୍ତ । ନାବାଳିକା ହୋସକୁ ଆସିବା ପରେ ଅଭିଯୁକ୍ତ ତାଙ୍କୁ ଧମକ ଚମକ ଦେଇ କାହାକୁ କିଛି ନ କହିବାକୁ କହିଥିଲା । ନାବାଳିକା ଘଟଣା ପରେ ଅଭିଯୁକ୍ତକୁ ବ୍ଲିକ କରିଦେଇଥିଲା । ଅଭିଯୁକ୍ତ ବାରମ୍ବାର ନାବାଳିକା ସହ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସେ ସୋସିଆଲ ମିଡିଆରେ ନାବାଳିକାର ଭିଡିଓ ଛାଡିଦେଇଥିଲା ।

ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଜେଲ ପଠାଇ ଦେଇଛି । ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏହି ଘଟଣାର ସୂତ୍ରପାତ ହୋଇଥିବାରୁ ଗିରଫଦାରୀ ପାଇଁ ହିଂସା ସୃଷ୍ଟି ହେବାର ଅଶଙ୍କା ରହିଛି । ତେଣୁ ପୋଲିସ ଗାଁରେ ପ୍ଲାଗ ମାର୍ଚ୍ଚ କରିବା ସହ ଲୋକଙ୍କ ଶାନ୍ତି ବଜାୟ ରଖିବାକୁ ଅପିଲ କରୁଛି । ପୁରା ଅଞ୍ଚଳ ପୋଲିସ ଛାଉଣୀରେ ଭରି ଯାଇଛି ।

Get real time updates directly on you device, subscribe now.