fbpx

କଟିବନି Incoming: Airtel ଆଣିଲା ସବୁଠୁ ଶସ୍ତା ପ୍ଲାନ, ୟୁଜରଙ୍କ ପାଇଁ କମାଲ ଅଫର୍

ଓଡ଼ିଶା ଭାସ୍କର: ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ଭିତରେ ଏୟାରଟେଲର ଏକ ଶସ୍ତା ପ୍ଲାନ ଟ୍ରଣ୍ଡ କରୁଛି । ଅଧିକାଂଶ ୟୁଜରଙ୍କୁ ସୁହାଇଛି ଏହି ରିଚାର୍ଜ ପ୍ଲାନ । ଖୁବ କମ୍ ଟଙ୍କାର ରିଚାର୍ଜରେ ଭ୍ୟାଲିଡିଟି ପାଇବା ସହ ଇଣ୍ଟରନେଟ୍, Free SMS ଏବଂ ଅନଲିମିଟେଡ କଲିଙ୍ଗ ପାଇପାରିବେ ଗ୍ରାହକ । ଏହାସହିତ ୟୁଜର ଏହି ରିଚାର୍ଜ ଇନକମିଙ୍ଗ କଲ୍ କଟିଯିବାର ସମ୍ଭାବନାରୁ ମଧ୍ୟ ବର୍ତ୍ତିପାରିବେ । ଦୀର୍ଘ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିପାରିବ ଆପଣଙ୍କ ଏୟାରଟେଲ ସିମ୍ କାର୍ଡ । ଆସନ୍ତୁ ଜାଣିବା ଏହି ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ

ୟୁଜରଙ୍କ ମନ ଜିତିବା ପାଇଁ ଏୟାରଟେଲ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ଲଞ୍ଚ୍ କରିବାରେ ଲାଗିଛି । ଏୟାରଟେଲ ପୋର୍ଟଫୋଲିଓରେ ଆପଣଙ୍କୁ ଅନେକ ରିଚାର୍ଜ ପ୍ଲାନ ମିଳିପାରିବ । ତେବେ ସବୁଠାରୁ ଶସ୍ତା ପ୍ଲାନ ରିଚାର୍ଜ କରି ଆପଣ ନିଜ ସିମ୍ ଆକ୍ଟିଭ ରଖିପାରିବେ । କମ୍ପାନୀ ତରଫରୁ ମିନିମମ୍ ରିଚାର୍ଜ ପ୍ଲାନ ଭାବରେ ରହିଛି ୧୯୯ ଟଙ୍କା । ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ କଲିଙ୍ଗ, SMS ଏବଂ ଇଣ୍ଟରନେଟ ସହ ଅତିରିକ୍ତ ଫାଇଦା ମଧ୍ୟ ମିଳିପାରିବ । ଏହି ପ୍ଲାନରେ ୟୁଜରଙ୍କୁ ସମ୍ପୂର୍ଣ୍ଣ ଭ୍ୟାଲିଡିଟି ପାଇଁ 2GB ଡାଟା ମିଳିଥାଏ । ଏହାବ୍ୟତୀତ ଅନଲିମିଟେଡ କଲିଙ୍ଗ ଏବଂ Free 100 SMS ମଧ୍ୟ ପ୍ରଦାନ କରିଥାଏ ଏୟାରଟେଲ । ଏହି ପ୍ଲାନରେ ୟୁଜରଙ୍କୁ କମ୍ପାନୀ Airtel Xream ଆକ୍ସେସ ମଧ୍ୟ ପ୍ରଦାନ କରିଥାଏ । ଏହାଦ୍ୱାରା ବିଭିନ୍ନ ସିନେମା, ଲାଇଭ ଚାନେଲ କିମ୍ବା ଅନ୍ୟାନ୍ୟ କଣ୍ଟେଣ୍ଟ ଦେଖିପାରିବେ ୟୁଜର ।

ଏହାବ୍ୟତୀତ ୟୁଜରଙ୍କୁ ଏୟାରଟେଲ ସ୍ପାମ୍ ପ୍ରୋଟେକ୍ସନ ମଧ୍ୟ ପ୍ରଦାନ କରିଥାଏ କମ୍ପାନୀ । ଏହାଦ୍ୱାରା ସ୍ପାମ୍ କଲ୍ ଏବଂ ସ୍ପାମ୍ ମେସେଜରୁ ରକ୍ଷା ପାଇପାରିବେ ଗ୍ରାହକ । ସେହିପରି ଏହି ରିଚାର୍ଜରେ ୟୁଜରଙ୍କୁ Free Hello Tune ମଧ୍ୟ ମିଳିପାରିବ । Wynk Music ଆପ୍ ଜରିଆରେ ୟୁଜର ନିଜ ମନ ପସନ୍ଦ ଗୀତ ବା ଟ୍ୟୁନ୍ ସେଟ୍ କରିପାରିବେ । ତେବେ ଏହି ରିଚାର୍ଜ ପ୍ଲାନରେ ସମ୍ପୂର୍ଣ୍ଣ ଭ୍ୟାଲିଡିଟି ପାଇଁ ୟୁଜରଙ୍କୁ ମାତ୍ର ୨ ଜିବି ଡାଟା ପ୍ରଦାନ କରିଥାଏ କମ୍ପାନୀ । ତେବେ ଏହି ଡାଟା ଶେଷ ହେବା ପରେ ୟୁଜରଙ୍କୁ ପ୍ରତ୍ୟେକ MB ପାଇଁ ୫୦ ପଇସା ଲେଖାଏଁ ଖର୍ଚ୍ଚ କରିବାକୁ ପଡ଼ିବ ।

Get real time updates directly on you device, subscribe now.