fbpx

ଦୁର୍ଗାଷ୍ଟମୀରେ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ, ସଫଳତା ମିଳିବା ସହ ବର୍ଷିବ ଟଙ୍କା

ଓଡ଼ିଶା ଭାସ୍କର: ଆଜି ମାଆ ଦୁର୍ଗାଙ୍କର ପୀଠରେ ନବମୀ ତିଥି ହୋଇଥିବା ବେଳେ ମଣ୍ଡପରେ ମାଆଙ୍କର ଆଜି ଅଷ୍ଟମୀ ପୂଜା। ଦଶହରାର ବାସ୍ନାରେ ମହକୁଛି ସହରଠୁ ଗାଁ। ମାଆ ଧରାପୃଷ୍ଟକୁ ଆସିବା ସହ ସମସ୍ତଙ୍କ ମନରେ ଉତ୍ସାହ ଏବଂ ଆବେଗ ରହିଛି। ତେବେ ଆଜି ୧୧ ଅକ୍ଟୋବରରେ କିଛି ରାଶିଙ୍କ ପାଇଁ ଶୁଭ ରହିବ। ଗ୍ରହଙ୍କ ଅନୁକୂଳ ସ୍ଥିତିର କାରଣ ଏହି ୫ ରାଶିମାନଙ୍କ ଭାଗ୍ୟ ଚମକାଇବାକୁ ଯାଉଛି। ଆସନ୍ତୁ ଜାଣିବା..

କର୍କଟ ରାଶି: କର୍କଟ ରାଶି ଏହି ଦିନ ଆର୍ଥିକ ଭାବେ ଲାଭଦାୟକ ରହିବ। କୌଣସି ବଡ଼ ଲାଭ ବା ପୁରୁଣା ନିବେଶରୁ ଧନ ପ୍ରାପ୍ତି ହୋଇପାରେ। ପରିବାରରେ ସୁଖ-ଶାନ୍ତି ରହିବ ଏବଂ କର୍ମକ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ବଢିବ।

କନ୍ୟା ରାଶି: କନ୍ୟା ରାଶିମାନଙ୍କ ପାଇଁ ଏହି ଦିନ କ୍ୟାରିୟରେ ସଫଳତାର ଦିନ ଅଟେ। ନୂଆ ଚାକିରି ମିଳିପାରେ ଏବଂ ଯେଉଁ ଲୋକେ ପ୍ରମୋଶନର ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ମଧ୍ୟ ଆଜିର ଦିନ ଶୁଭ ରହିବ।

ବିଛା ରାଶି: ଏହି ରାଶିର ଲୋକଙ୍କ ପାଇଁ ୧୧ ଅକ୍ଟୋବର ଦିନ ଖାସ ରହିବ। ବ୍ୟାପାରରେ ଉନ୍ନତି ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ରହିବ। ପରିବାରରେ କୌଣସି ଏକ ଖୁସି ଖବର ମିଳିବାର ସମ୍ଭାବନା ରହିଛି। ନୂଆ ଯୋଜନା ଉପରେ କାମ ଆରମ୍ଭ କରିବା ପାଇଁ ଏହା ଉତ୍ତମ ସମୟ ଅଟେ।

ଧନୁ ରାଶି: ଧନୁ ରାଶିର ଲୋକଙ୍କ ପାଇଁ ଏହି ଦିନ ଯାତ୍ରା ଏବଂ ନୂଆ ସଂପର୍କ ସହ ଭରି ରହିବ। ଚାକିରି ଏବଂ ବ୍ୟାପାରରେ ପ୍ରଗତି ହେବ। ଭାଗ୍ୟ ସାଥ ଦେବ ଏବଂ ଆପଣଙ୍କ ଯୋଜନା ସଫଳ ହବେ। ବିଦେଶରେ ଜଡିତ କାର୍ଯ୍ୟରେ ଲାଭ ହେବାର ଯୋଗ ରହିଛି।

କୁମ୍ଭ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ବିଶେଷ ରହିବ। ଅଟକିଥିବା କାର୍ଯ୍ୟ ପୂରଣ ହେବ ଏବଂ ଭାଗ୍ୟର ସାଥ ମିଳିବ। ଆପଣ କୌଣସି ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ, ଯାହା ବଭିଷ୍ୟତରେ ସଫଳତା ପ୍ରଦାନ କରିବ। ସ୍ୱାସ୍ଥ୍ୟ ଠିକ ରହିବ।

Get real time updates directly on you device, subscribe now.