fbpx

ଶାଗୁଣା ଓ ଚିଲଙ୍କ ପାଇଁ କାହିଁକି ରଖାଗଲାନି ରତନ ଟାଟାଙ୍କ ପାର୍ଥିବ ଶରୀର, ନିଆଗଲାନି ‘ଟାୱାର ଅଫ ସାଇଲେନ୍ସ’, ଜାଣନ୍ତୁ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ସାରା ଦେଶ ଦୁଃଖ ପ୍ରକାଶ କରିଛି। ରୋଗ ପାଇଁ ଅନେକ ଦିନରୁ ସେ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟମ ହୋଇଥିଲେ। ବୁଧବାର ରାତିରେ ତାଙ୍କର ପରଲୋକ ଘଟିଛି। ଗୁରୁବାର ଦିନ ରାଜକୀୟ ସମ୍ମାନ ସହ ମୁମ୍ବାଇର ବର୍ଲୀ ସ୍ଥିତ ଶବଦାହ ଗୃହରେ ତାଙ୍କର ଶବଦାହ କରାଯାଇଥିଲା। ଏହା ଅପଣଙ୍କ ମନରେ ପ୍ରଶ୍ନ ଆସିଥିବ ଯେ, ରତନ ଟାଟାଙ୍କ ଶବଦାହ ପାର୍ସୀ ରୀତି ନିତି ଅନୁଯାୟୀ କାହିଁକି କରାଗଲା ନାହିଁ। ତାଙ୍କ ଶରୀରକୁ କାହିଁକି ଟାୱାର ଅଫ ସାଇଲେନ୍ସରେ ଚିଲମାନଙ୍କ ପାଇଁ କାହିଁକି ରଖାଗଲାନି। ଆସନ୍ତୁ ଏହି ବିଷୟରେ ଜାଣିବା..

ସାରା ଦେଶ ରତନ ଟାଟାଙ୍କୁ ଗୁରୁବାର ଦିନ ଭାବାବେଗ ହୋଇ ବିଦାୟ ଦେଇଛନ୍ତି। ହଜାର ହଜାର ସାଧାରଣ ନାଗରିକଙ୍କଠାରୁ ନେଇ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ କୃତ୍ୟ କାର୍ଯ୍ୟରେ ସାମିଲ ହୋଇଥିଲେ ଏବଂ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଟାଟାଙ୍କ ଶବଦାହ ଗୁରୁବାର ସଂଧ୍ୟାରେ ମୁମ୍ବାଇର ବର୍ଲୀ ଶବଦାହ ଗୃହରେ ରାଜକୀୟ ସମ୍ମାନ ସହ କରାଯାଇଥିଲା। ମୁମ୍ବାଇ ପୋଲିସ ତାଙ୍କ ଶ୍ରଦ୍ଧାଞ୍ଜଳୀ ଏବଂ ଗାର୍ଡ ଅଫ ଅନର ଦେଇଥିଲେ। ପଦ୍ମ ବିଭୂଷଣରେ ସମ୍ମାନୀତ ରତନ ଟାଟାଙ୍କର ବୁଧବାର ରାତିରେ ଏକ ହସ୍ପିଟାଲରେ ପରଲୋକ ଘଟିଥିଲା।

ପାର୍ସୀ ଲୋକଙ୍କ ଶବଦାହ ଟାୱାର ଅଫ ସାଇଲେନ୍ସରେ ଚିଲ ଏବଂ ଶାଗୁଣାଙ୍କ ପାଇଁ ରଖାଯାଇଥାଏ। ହେଲେ ରତନ ଟାଟାଙ୍କ ଶବଦାହ ଗୃହରେ ହୋଇଥିଲା। ଏହା ଏପରି ହେଲା କାରଣ କରୋନା ସମୟରେ ଶବଦାହକୁ ନେଇ ନିୟମ ପରିବର୍ତ୍ତନ କରାଯାଇଥିଲା। ଏଥିପାଇଁ ଶବଙ୍କୁ ଖୋଲାରେ ରଖାଯିବାକୁ ଦିଆଯାଇନଥିଲା। ୨୦୨୦ରେ କରୋନା ମହାମାରୀ ସମୟରେ ପାର୍ସୀ ସମୁଦାୟର ଶବଦାହ ପାରମ୍ପରିକ ବିଧିରେ ପରିବର୍ତ୍ତନ କରାଯାଇଛି। ମହାମାରୀ କାରଣରୁ ଶବଙ୍କୁ ଖୋଲାରେ ରଖିବା ଏବଂ ଟାୱାର ଅଫ ସାଇଲେନ୍ସରେ ଶବଦାହ କରିବାକୁ ପ୍ରତିବନ୍ଧକ ଲଗାଯାଇଥିଲା।

Get real time updates directly on you device, subscribe now.